Dailyhunt
କେନ୍ଦ୍ରାପଡା ଜିଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ

କେନ୍ଦ୍ରାପଡା ଜିଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ

କେନ୍ଦ୍ରାପଡ଼ା,୦୪/୦୪/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି ଓ ଜିଲାପାଳ ରଘୁରାମ ଆର.

ଆୟର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଥମେ ପୂଜକ ସତ୍ୟ ନାରାୟଣ ପଣ୍ଡା ଆଦ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ଶିକ୍ଷକ ରାମଚନ୍ଦ୍ର ଆଚାର୍ଯ୍ୟ ଗୀତାପାଠ କରିଥିଲେ । ଏହାସହିତ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ନିକଟରେ ସମସ୍ତ ଅତିଥି ଶିଶୁବାଟିକାର ପିଲାମାନଙ୍କୁ ଖଡି ଛୁଆଇଁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହିତ ଅ ଓ ଆ ଅକ୍ଷର ପିଲାମାନଙ୍କ ସିଲଟରେ ଲେଖି ଦେଇ ଶିକ୍ଷାଦାନର ଅୟମାରମ୍ଭ କରିଥିଲେ ।

ଏଥିସହିତ ଅତିଥିମାନେ କୁନି କୁନି ପିଲାମାନଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସିବା, ମନଦେଇ ପାଠପଢିବା ଓ ବିଦ୍ୟାଳୟରେ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଘରେ ପିତାମାତା ଓ ଗୁରୁଜନଙ୍କ କଥାମାନିବାକୁ ପରାମର୍ଶ ଦେଇଥିଲେ । ଶିଶୁବାଟିକା ସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ସରକାରୀ ସ୍କୁଲ ବ୍ୟାଗ, ସିଲଟ, ଖଡି, ରଙ୍ଗ ପେନସିଲ ଓ ପାଠ୍ୟ ପୁସ୍ତକ ଅତିଥିମାନେ ପ୍ରଦାନ କରିଥିଲେ । ଏହାବ୍ୟତିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ପିଲାଙ୍କୁ ଏକ ବ୍ୟାଗ ସହିତ ବିସ୍କୁଟ, ଚକଲେଟ, ବିଭିନ୍ନ ଚିତ୍ର, ପାଣିବୋତଲ ଭଳି ସାମଗ୍ରୀ ପ୍ରଦାନ କରାଯାଇଥିଲା । ଶିଶୁବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଖିରୀ ଖାଇବାକୁ ଦିଆଯାଇଥିଲା । ଏହି ଅବସରରେ ସାରା ଜିଲାରେ ସଚେତନତା ସୃଷ୍ଟି ନିମନ୍ତେ ଏକ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ରଥକୁ ଅତିଥିମାନେ ନଡିଆ ବାଡେଇ ଓ ପତାକା ଦେଖାଇ ଉଦଘାଟନ କରିଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ, ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହମଣ୍ଡଳ ଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତ ଓ ବଳଦେବ ପ୍ରସାଦ ଜେନା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶାରଦା ପ୍ରସନ୍ନ ରାଉତ, ପଂଚଶଖା ଶିକ୍ଷାସେତୁ ସଭାପତି ଶାରଦା ପ୍ରସନ୍ନ ରାଉତ, ପଂଚଶକ୍ଷା ଶିକ୍ଷାସେତୁର ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ମନ୍ତ୍ରୀ, ଭରତପୁର ପଂଚାୟତ ସରପଂଚ, ସମିତିସଭ୍ୟା ପ୍ରଣତୀ ବେହେରା, ସିଆରସିସି କିଶୋର ଚନ୍ଦ୍ର ଜେନା, ଗଙ୍ଗାଧର ମହାପାତ୍ର, ଅଚୁ୍ୟତାନନ୍ଦ ସାମଲ, ରଜତ ମହାନ୍ତି, ପ୍ରସନ୍ନ ନାୟକ, ବୈଲୋଚନ ସାମଲ, ନିରୋଜନଳିନୀ ମହାନ୍ତି,ମହମ୍ମଦ ଫାୟାଜୁଦ୍ଧିନ ଓ ଦେବୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରକାଶ କୁମାର ବେହେରା, ସଶ୍ମିତା ନାୟକ, ଗାୟତ୍ରୀ ଜେନା, ଶୁଭସ୍ମିତା ନାୟକ, ଲିଜାରାଣୀ ନାୟକ, ମୋନାଲିସା ସୂତାର, ସତ୍ୟସୁନ୍ଦର ଦାସ, ରୁଦ୍ର ପ୍ରସାଦ ସାହୁ,ସଦାଶିବ ସାହୁ, ମନୋଜ କୁମାର ସେଠୀ, ସ୍ମୃତିରେଖା ପ୍ରଧାନ, ମେନକା ବିଶ୍ୱାଳ, ଲଲାଟେନ୍ଦୁ ନାୟକ, କନକ ମୁଦୁଲି, ଚିନ୍ମୟ ମହାନ୍ତି, ସୁଲତା ରାଉତ ଓ ବଦରୁର ରହିମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar