Friday, 03 Apr, 1.10 pm ଓଡ଼ିଶା ସମାଚାର

ବିଶେଷ
ଲକ୍‌ଡାଉନ ପାଇଁ ବାହର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ପଥ ସିଲ୍‌

ରଘୁନାଥପୁର ୦୩/୦୪/୨୦୨୦(ଓଡ଼ିଶା ସମାଚାର)- କରୋନା ପାଇଁ ସାରା ଭାରତବର୍ଷରେ ଲକ୍‌ଡାଉନ ଘୋଷଣା କରାଯିବା ପରେ ପୋଲିସ୍ ପକ୍ଷରୁ ମୁଖ୍ୟ ରାସ୍ତାଗୁଟିକ, ବଜାର, ମାର୍କେଟ ଓ ଛକମାନଙ୍କରେ କଡାକଡି ଯାଂଚ କରାଯାଇ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ରଘୁନାଥପୁର ବ୍ଲକର ବିଭିନ୍ନ ଗ୍ରାମରେ ଲୋକମାନେ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାନ୍ଧି ବାହାର ଲୋକଙ୍କୁ ଗ୍ରାମରେ ପ୍ରବେଶ ନ କରିବା ପାଇଁ ରାସ୍ତା ଅବରୋଧ କରିଥିବାର ଦେଖାଯାଇଛି । ରଘୁନାଥପୁର ବ୍ଲକର ଜଗନ୍ନାଥପୁର ଗ୍ରା.ପ.ର ବାଗସାହି, ସାଦେଇପୁର, ଗୁଆଳିପୁର, ରଘୁନାଥପୁର ବଡଦାଣ୍ଡ, ଏରଡଙ୍ଗା ଗ୍ରା.ପ, ଛପଡା ଗ୍ରା.ପ., ରେଢ଼ୁଆ ଗ୍ରା.ପ. ର ବିଭିନ୍ନ ଗ୍ରାମରେ ଯୁବକମାନେ ବାଉଁଶ ବାନ୍ଧି ଗ୍ରାମର ପ୍ରବେଶ ପଥକୁ ବନ୍ଦ କରିଦେଇଛନ୍ତି । ଫଳରେ ବାହାର ଲୋକମାନେ ଗ୍ରାମ ଭିତରକୁ ପ୍ରବେଶ କରିପାରୁନାହାନ୍ତି ।

ସେହିପରି ଦେଶ ବାହାରୁ ବା ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ପାଇଁ ଗ୍ରାମବସୀ ମାନେ ଭୟଭୀତ ହୋଇପଡିଛନ୍ତି । ଅନ୍ୟପକ୍ଷରେ ମାଛ,ମାଂସ ମାର୍କେଟ ଓ ବିଭିନ୍ନ ପନିପରିବା ଓ ଗ୍ରୋସରି ଦୋକାନ ମାନଙ୍କରେ ଲୋକମାନେ ସାମଜିକ ଦୂରତ୍ୱ ରଖୁନ ଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ ପ୍ରତି ଦିନ ସକାଳ ୬ଘ.ରୁ ଦିନ ୧୧ଘ. ପର୍ଯ୍ୟନ୍ତ ପନିପରିବା, ଗ୍ରୋସରି, ମାଛ, ମାଂସ, ଅଣ୍ଡା, ଖୀର, ଫଳ ଦୋକାନଗୁଡିକ ଖୋଲାଯିବ । ଅପରାହ୍ନରେ ଉପରୋକ୍ତ ଦୋକାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅବଗତ କରାଯାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top