Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲୁଟ୍ ଗ୍ୟାଙ୍ଗର ଅଭିଯୁକ୍ତ ଗିରଫ, ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ

ଲୁଟ୍ ଗ୍ୟାଙ୍ଗର ଅଭିଯୁକ୍ତ ଗିରଫ, ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ

ଟକ ୦୧/୦୯/୨୦୨୬ (ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକ ଜଗତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ର ମିଳିତ ଉଦ୍ୟମରେ ଏକାଧିକ ଚେନ୍ ଲୁଟ୍ ମାମଲାରେ ସମ୍ପୃକ୍ତ ଜଣେ ଅଭ୍ୟାସଗତ ଅଭିଯୁକ୍ତ ଲୁଟେରା ଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ରୋଡ୍ ଥାନା ଅଧୀନ ମୁଣ୍ଡମାଳା ଦିଆ ସାହିର ଦୀପକ ପ୍ରଧାନ । ପୁଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୨୯ ତାରିଖ ରେ ନିମପୁର କ୍ରିକେଟ୍ ଗ୍ରାଉଣ୍ଡ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ।

ଏନେଇ ଜଗତପୁର ଥାନାରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଘଟଣାସ୍ଥଳ ଯାଞ୍ଚ ସହ ବିଭିନ୍ନ ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତଙ୍କ ପୋଷାକ ଓ ବ୍ୟବହୃତ ଗାଡ଼ି ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପୁଲିସ ଥାନା ସହ ସମନ୍ୱୟ କରାଯାଇଥିଲା। ଡିଜିଟାଲ୍ ବିଶ୍ଳେଷଣ ମାଧ୍ୟମରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡ଼ିଥିଲା।
ଅଭିଯୁକ୍ତ ଦୀପକଙ୍କୁ ପଚରାଉଚରା ପରେ ତାଙ୍କ ନିକଟରୁ ପ୍ରାୟ ୪୫ ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଛି। ଏଥିରେ ଭଙ୍ଗା ସୁନା ଚେନ୍, ୩ଟି ସୁନା ଚେନ୍ ଓ ଗୋଟିଏ ସୁନା ମଙ୍ଗଳସୂତ୍ର ରହିଛି। ଏହାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୁଲିସ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛି। ଏଥିସହ ଦୁଇଟି ମୋବାଇଲ୍ ଫୋନ୍ ଓ ଅପରାଧ ସମୟରେ ପିନ୍ଧିଥିବା ପୋଷାକ ମଧ୍ୟ ଜବତ ହୋଇଛି।
ଦୀପକଙ୍କ ନାମରେ କଟକ ସହରର ବିଭିନ୍ନ ଥାନା ସମେତ ଯାଜପୁର ରୋଡ୍ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।
ଅଭିଯୁକ୍ତଙ୍କୁ ଅଗଷ୍ଟ ୨୭ ତାରିଖରେ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ମାନ୍ୟବର ଅଦାଲତରେ ହାଜର ପରେ କୋର୍ଟ ଫରୱାଡ଼ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar