Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାନଦୀ ଜଳ ବିବାଦ: ପରବର୍ତୀ ଶୁଣାଣି ଜୁନ୍ ୬ରେ

ମହାନଦୀ ଜଳ ବିବାଦ: ପରବର୍ତୀ ଶୁଣାଣି ଜୁନ୍ ୬ରେ

ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ ଙ୍କ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ କରାଯାଇଛି । ୧୫ଟି ପ୍ରସଙ୍ଗରୁ ୧୨ଟିରେ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁ୍ୟନାଲ୍ ଙ୍କ ନିକଟରେ ଆଜିର ଶୁଣାଣି ଶେଷ ହୋଇଛି ।୧୨ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି ।

ସହମତି ପ୍ରକାଶ ନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ ଙ୍କୁ ଅବଗତ କରିଛନ୍ତି । ଅନ୍ୟ ପ୍ରସଙ୍ଗରେ ଦୁଇ ରାଜ୍ୟର ବିଭିନ୍ନ ଟିମ୍ ବସି ସମାଧାନ କରିବେ । ଉଭୟ ରାଜ୍ୟର ଟେକ୍ନିକାଲ୍ ଟିମ୍ ଓ ଲିଗାଲ୍ ଟିମ୍ ବସି ସମାଧାନର ବାଟ ବାହାର କରିବେ । ଟ୍ରିବ୍ୟୁନାଲ୍ ରେ ପାଖାପାଖି ତାରିଖ ପଡୁଥିବା ଏକ ଭଲ ସଂକେତ । ତାରିଖ ପାଖାପାଖି ପଡୁଥିବାରୁ ଶୀଘ୍ର ସହମତି ପ୍ରକାଶ ପାଇବା ଆଶା କରାଯାଉଛି । ମାମଲାର ପରବର୍ତୀ ଶୁଣାଣି ଜୁନ୍ ୬ରେ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar