ତାରପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ତାରପୁର ନିକଟ ମହାନଦୀରେ ବୁଡ଼ି ଯାଇଥିବା ନିଖୋଜ ବ୍ୟକ୍ତିଙ୍କୁ ଆଜି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ କି ମଙ୍ଗଳବାର ସାଢ଼େ୯ ଟା ସମୟରେ ଜଣେ ବ୍ୟକ୍ତି ମହାନଦୀ ପୋଲ ଉପରେ ପାଣିରେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ରଘୁନାଥପୁର ଓ ତିର୍ତୋଲ ଦମକଳ ବାହିନୀ ପହଂଚି ଦିନ ସାରା ପାଣିରେ ଖୋଜିଥିଲେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ପାଇନଥିଲେ । ତେବେ ଖବର ପାଇ ଆଜି କଟକ ଓଡ଼୍ରାଫ ଟିମ ଆସି ଖୋଜା ଖୋଜି କଲା ପରେ ପୋଲ ଠାରୁ ୨୦୦ ମିଟର ଦୂରରେ ଥିବା ଖରିବୁଦା ମୂଳେ ଲାଗିଥିବାବେଳେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ସେହି ବ୍ୟକ୍ତି ଜଣକ ଅଢ଼େଇକୂଳ ପଂଚାୟତ ନୂଅ ପଲେଇ ଗ୍ରାମର ଅକ୍ଷୟ ବିଶ୍ୱାଳ (୫୪) ବୋଲି ତାଙ୍କ ପୁତୁରା ଜିତେନ୍ଦ୍ର ବିଶ୍ୱାଳ ତାଙ୍କୁ ଚିହ୍ନଟ କରିଥିଲେ ।