Monday, 16 Sep, 1.11 pm ଓଡ଼ିଶା ସମାଚାର

ବିଶେଷ
ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ନବୀନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ନବୀନଙ୍କୁ ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ ଐତିହ୍ୟ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ତେଣୁ ଏହାକୁ ସ୍ମାରକୀ ଭାବେ ବିବେଚନା କରି ସୁରକ୍ଷା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି ଶ୍ରୀ ସିଂହ । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହ ମଠର ଗାଦିସ୍ଥଳ, ଦେବସ୍ଥଳକୁ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ମଙ୍ଗୁ ମଠର ଐତିହ୍ୟକୁ ଅକ୍ଷୂର୍ଣ୍ଣ ରଖାଯିବ । ସେହିପରି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ଓଡିଶାର ସାଂସଦ ପିନାକୀ ମିଶ୍ର ଦେଇଥିବା ମନ୍ତବ୍ୟକୁ ପଂଜାବ ମୁଖ୍ୟମନ୍ତ୍ରୀ ବିଚାରକୁ ନିଅନ୍ତୁ । ଉପଯୁକ୍ତ ନିରୀକ୍ଷଣ କରି ନିଷ୍କର୍ସ ବାହାର କରନ୍ତୁ । ସାଂସଦ କହିଥିଲେ ଯେ ମଠ ମନ୍ଦିର ଭଙ୍ଗାଯାଉ ନାହିଁ , କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗାଯାଉଛି । ସୂଚନା ଯୋଗ୍ୟ ଯେ, ଶିଖ୍ ଧର୍ମର ପ୍ରବର୍ତକ ଗୁରୁ ନାନକଙ୍କର ପୁଅ ଶ୍ରୀ ଚାନ୍ଦ ୧୫୨୫ ମସିହାରେ ଶ୍ରୀକ୍ଷେତ୍ରକୁ ଆସି ଏହି ମଠ ପ୍ରତିଷ୍ଠା କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top