Sunday, 19 Jan, 7.12 am ଓଡ଼ିଶା ସମାଚାର

ବିଶେଷ
ନାବାଳିକା ବିବାହକୁ ରୋକୁଛି ବାଲ୍ୟ ବିବାହ ସୁରକ୍ଷା କମିଟି

କଳିଙ୍ଗନଗର, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ବାସନ୍ତୀ ହେମ୍ବ୍ରମ୍ ଶୁଣିବାକୁ ପାଇଥିଲେ ଯେ, ମଞ୍ଜୁଲତା ବାରିକ ତାଙ୍କ ଝିଅ ବାସନ୍ତୀର ବିବାହ କରିବାକୁ ଯୋଜନା କରୁଛନ୍ତି । ସେ ମଞ୍ଜୁଲତାଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ । ଏହାପରେ ଯାହା ହୋଇଥିଲା ତାହା ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ ଅସୁବିଧାଜନକ ଥିଲା । ସେମାନେ,ପିତାମାତା ଖୁବ କମ୍ ବୟସରେ ନିଜ ଝିଅଙ୍କ ବିବାହ କରିବା ଓ ବାଳିକାମାନଙ୍କ ଶିକ୍ଷା ଜାରି ରଖିବାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଶେଷରେ ବହୁ ଥର ଆଲୋଚନା ପରେ ମଞ୍ଜୁଲତା ନିଜ ଝିଅଙ୍କୁ ପୁନର୍ବାର ବିଦ୍ୟାଳୟକୁ ପଠାଇବା ପାଇଁ ସମ୍ମତି ଜଣାଇଥିଲେ । ବାସନ୍ତୀ ଓ ମଞ୍ଜୁଲତା ଉଭୟ ନଡ଼ିଆଭଙ୍ଗା ନିକଟସ୍ଥ ଜନଜାତି ବସ୍ତିର , ଯେଉଁଠାରେ ବାଲ୍ୟ ବିବାହ ଏକ ସାଧାରଣ କଥା । ବାଲ୍ୟ ବିବାହ ରୋକିବା ଓ ଏଥି ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ବାଲ୍ୟ ବିବାହ ଘଟୁଥିବା ଅଂଚଳରେ ବାଲ୍ୟ ବିବାହ ସୁରକ୍ଷା କମିଟି (ସିଏମପିସି) ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଚଳିତ ବର୍ଷ ଓଳିଆରେ ବାଲ୍ୟ ବିବାହ ସୁରକ୍ଷା କମିଟି ସ୍ଥାପନ କରିବା ସହିତ ପ୍ରଥମ ଥର ପାଇଁ ଏହି ଅଂଚଳରେ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା । ସେହିଦିନଠାରୁ ଏଠାରେ ୪ଟି ବାଲ୍ୟ ବିବାହ କମିଟି ସ୍ଥାପନ କରାଯାଇଛି । ଓଳିଆ ବ୍ୟତୀତ ନଡ଼ିଆଭଙ୍ଗା, ରଣଗୁଣ୍ଡି ଓ ଗୋବରଘାଟିଠାରେ ଏଭଳି କମିଟି ସ୍ଥାପିତ ହୋଇଛି । ପଂଚାୟତ ରାଜ ସଦସ୍ୟ, ଆଶା କର୍ମୀ ଓ ଗ୍ରାମ ମୁଖିଆ ବ୍ୟତୀତ ବିବାହ ପ୍ରକ୍ରିୟାରେ ସାମିଲ ପୂଜକ, ବାରିକ, ଡୋକୋରେଟର ଓ ମଧ୍ୟସ୍ଥିଙ୍କୁ ଉକ୍ତ କମିଟିର ସଦସ୍ୟ କରାଯାଇଛି ।

ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପ୍ରକଳ୍ପ ଆଜିର କିଶୋର କିଶୋରୀଙ୍କ ପାଇଁ ସୁରକ୍ଷିତ ଯୌନ ସ୍ୱାସ୍ଥ୍ୟ ଆଂଚଳିକ ପଦକ୍ଷେପ ତଥା ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି । କିଶୋର କିଶୋରୀଙ୍କୁ ସୁସ୍ଥ ରଖିବା, ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ । ପ୍ରାଥମିକ ଭାବେ ୧୨ ରୁ ୨୪ ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟରେ ପଢୁଥିବା, ବିଦ୍ୟାଳୟ ଅଧାରୁ ଛାଡ଼ିଦେଇଥିବା ଓ ବିଦ୍ୟାଳୟ ଯାଉନଥିବା କିଶୋର କିଶୋରୀଙ୍କୁ ଲକ୍ଷ୍ୟ ରଖି ଉକ୍ତ ପ୍ରକଳ୍ପ ହାତକୁ ନିଆଯାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top