Dailyhunt
ନିର୍ବାଚନ ମଣ୍ଡଳୀ ଟପର ହେଲେ ସାଙ୍ଗାନ୍ନା ହାଇସ୍କୁଲ ର ଛାତ୍ରୀ କସ୍ତୁରୀ ଗୋପେ

ନିର୍ବାଚନ ମଣ୍ଡଳୀ ଟପର ହେଲେ ସାଙ୍ଗାନ୍ନା ହାଇସ୍କୁଲ ର ଛାତ୍ରୀ କସ୍ତୁରୀ ଗୋପେ

କ୍ଷ୍ମୀପୁର ୦୩/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)-ସାରା ରାଜ୍ୟ ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରେ ୯୬. ୫୮ ପ୍ରତିଶତ ପାସ୍ ହାର ରହିଛି। ସେଥିରୁ ମାତ୍ର ୧୯ ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡ଼ ରେ ପାସ୍ ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିବା ବେଳେ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ର ଜଣେ ମାତ୍ର ଛାତ୍ରୀ ୬୦୦ ଶହ ମାର୍କ ରୁ ୫୪୦ ରଖି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଟପର ହୋଇଛନ୍ତି।

ଲକ୍ଷ୍ମୀପୁର ସ୍ଥିତ ସଙ୍ଗାନା ଉଚ୍ଚ ବିଦ୍ୟାଳୟର ୧୨୬ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ।ସେଥିରୁ ୧୨୪ ଜଣ ପାସ୍ ହୋଇଛନ୍ତି। ପାସ୍ ହୋଇଥିବା ୧୨୪ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ କସ୍ତୁରୀ ରାଣୀ ଗୋପେ ଏ-୧ ଗ୍ରେଡରେ ପାସ୍ ହୋଇ ଲକ୍ଷ୍ମୀପୁର ବ୍ଲକ୍ ର ଟେକ ରଖିଛନ୍ତି। ସିଏ ସାଙ୍ଗାନ୍ନା ହାଇସ୍କୁଲ ପାଇଁ ପାଇଁ ଗୌରବ ଆଣି ଥିବାରୁ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି।ଏନେଇ ବ୍ଲକ୍ ଶିକ୍ଷାଧିକାରୀ ରୀତା ମହାନ୍ତି, ସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସହପାଠୀ ଓ ସମ୍ପର୍କୀୟ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ର ସୁଅ ଛୁଟୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar