Dailyhunt
ଓଡ଼ିଆ ପକ୍ଷରେ ରକ୍ତଦାନ ଶିବିର ଆୟୋଜିତ

ଓଡ଼ିଆ ପକ୍ଷରେ ରକ୍ତଦାନ ଶିବିର ଆୟୋଜିତ

ଯାଜପୁର,୦୮/୦୪/୨୬(ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଚ୍ଛମନ ବାଲାଜୀଉ ଡିଗ୍ରୀ ମହାବିଦ୍ୟାଳୟ, ଅଙ୍ଗାଳୋଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆମ ମାତୃଭାଷାର ଗୌରବ ଗାନ ସହ ରକ୍ତ ଦାନ ଭଳି ଜୀବନ ରକ୍ଷାର ଏକ ମହତ କାର୍ଯ୍ୟକୁ ଯୋଡ଼ିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ କୁମାର ମିଶ୍ର, ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡ ପ୍ରଶାନ୍ତ କୁମାର ବିଶ୍ୱାଳ, ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଜୟଦେବ ଥାଟଇ ଏବଂ କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରକ୍ତଦାନ ଶିବିରରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହାସହ ଅନ୍ୟ ଦୁଇଟି କ୍ୟାମ୍ପ ଯଥା ଖରସ୍ରୋତା ମହାବିଦ୍ୟାଳୟ, ସିଂହପୁର ରେ ୩୨ ୟୁନିଟ୍ ଏବଂ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar