Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଆ ସାହିତ୍ୟ ଏକାଡୋମୀ ଓ ରୂପାୟନର ମିଳିତ ସହଯୋଗରେ ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ଓଡ଼ିଆ ସାହିତ୍ୟ ଏକାଡୋମୀ ଓ ରୂପାୟନର ମିଳିତ ସହଯୋଗରେ ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ଭୁବନେଶ୍ୱର,୦୩/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୀତାରାଣୀ ସ୍କୃତି ପାଠାଗାର ଡ଼ୁମୁଡୁମା ଠାରେ ବିଶ୍ଵ ଶ୍ରମିକ ଦିବସ ଓଡ଼ିଆ ସାହିତ୍ୟ ଏକାଡୋମୀ ଓ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ "ରୂପାୟନ" ମିଳିତ ସହଯୋଗରେ ପାଳିତ ହୋଇଛି । ଏଥିରେ ବହୁ ଜ୍ଞାନୀଗୁଣି, ବୁଦ୍ଧିଜୀବି ସାହିତ୍ୟାନୁରାଗୀ ସାଧୁସନ୍ଥମାନେ ଉପସ୍ଥିତ ରହି ଶ୍ରମିକମାନଙ୍କ ଉପରେ ଲେଖନୀ ମୁନରେ ଏକ ସାହିତ୍ୟ ଆସରର ପର୍ବ ପାଳନ କରିଥିଲେ।

ଦେଶର ଭବିଷ୍ୟତ ଏବଂ ସମାଜ ସରସ ସୁନ୍ଦର ଗଢି ତୋଳିବାରେ ତାଙ୍କ ଲହୁ ଲୁହକୁ ଗଡାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଭୂସ୍ଵର୍ଗ ଗଢିବାର ସ୍ୱପ୍ନ ଦେଖିଥାନ୍ତି, ତାଙ୍କର ନିଷ୍ଟା, ତ୍ୟାଗ ବଳରେ ଏ ସମାଜ ସୁନ୍ଦର ଭାବେ ବିକଶିତ ହୋଇଥାଏ। ତାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ମାନଦଣ୍ଡ ପାଇଁ ସବୁ ବର୍ଗର ଲୋକମାନେ ସହାୟତା କରିବା ସଙ୍ଗେସଙ୍ଗେ ସରକାରଙ୍କ ପାଖରେ ନିବେଦନ ତାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ଏହି ସଭାରେ ପାରମ୍ଭିକ ସୂଚନା ଦେଇଥିଲେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ଗଦାଧର ପାତ୍ର, ସଭାପତିତ୍ଵ କରିଥିଲେ ଅନୁଷ୍ଠାନର ମୁଖ୍ୟ ଡଃ ଶ୍ରଦ୍ଧାଞ୍ଜଳୀ ରାୟ।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଅସୀମା ନନ୍ଦ ତୀର୍ଥ ଯୋଗଦେଇଥିଲାବେଳେ ଉଦ୍‌ଘାଟକ ଭାବେ ବାବା ଅନାମ ମୁନି, ମୁଖ୍ୟ ବକ୍ତାଭାବେ କର୍ପୋରେଟର ବଳରାମ ସ୍ଵାଇଁ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ଅନିଲ କୁମାର ମହାନ୍ତି, ଧନେଶ୍ଵର ସ୍ଵାଇଁ ଆଡଭୋକେଟ୍ କଲ୍ୟାଣୀ ସେନ, ସୁରେନ୍ଦ୍ର କୁମାର ସାହୁ, ମନୋଜ କୁମାର ମହାନ୍ତି, ସ୍ନେହଲତା ରାୟ, ମଧୁସ୍ମିତା ବିଶ୍ଵାଳ,ଜୟକୃଷ୍ଣ ପରିଡା ଆର୍ଜୁ ବିବି ଆଶୀଷ ମହାରଣା ବକ୍ତବ୍ୟ ପ୍ରଦାନ କରିଥିଲେ। ମନୋଜ ହରିଚନ୍ଦନ , ଚଳଚିତ୍ର ଜଗତର ନାଟ୍ୟଲିପି ତଥା ଶିଳ୍ପୀ ସଂଜୟ ଭଟ୍ଟ , ଲେଖକ ଦିଲ୍ଲୀପ ସେଠୀ, କୈଳାଶ ଚନ୍ଦ୍ର ଚୈଧୁରୀ ଙ୍କୁ ବିଭିନ୍ନ ଦିଗରେ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା ବେଳେ ସଭା ପରିଚାଳନାରେ ଶିଖା ପରିଡା ସହଯୋଗ କରିଥିଲେ । ଶେଷରେ ବାସନ୍ତି ରାଉତ୍‌ ଧନ୍ୟବାଦ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar