Friday, 03 Apr, 3.10 pm ଓଡ଼ିଶା ସମାଚାର

ବିଶେଷ
Odisha Breaking News , Odisha Current News :ସଂକ୍ଷେପରେ ତାଜା ଖବର : ଓଡ଼ିଶାରେ ୬ଷ୍ଠ କରୋନା ସଙ୍କ୍ରମିତ ଚିହ୍ନଟ

ଭୁବନେଶ୍ୱର ,୦୩/୦୪/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶାରେ ୬ଷ୍ଠ କରୋନା ସଙ୍କ୍ରମିତ ବ୍ୟକ୍ତି ଆଜି ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ସଙ୍କ୍ରମିତ ବ୍ୟକ୍ତି ଜଣକ କଟକ ର ଓ ସେ ଦିଲୀ ରୁ କଟକ ଆସିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ୧ମ ଓ ୨ୟ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଲଗାତର ୪ ଦିନ ମଧ୍ୟରେ ୩ ଜଣ ଚିହ୍ନଟ ହେବା ଚିନ୍ତାଜନକ । ଆଜି ଶୁକ୍ରବାର ରାତି ୮ ଟାରୁ ଆସନ୍ତା ରବିବାର ରାତି ୮ ଟା ପର୍ଯ୍ୟନ୍ତ କଟକ, ଭୁବନେଶ୍ୱର ଓ ଭଦ୍ରକ (ସମସ୍ତ ସହର) ରେ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top