Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓମ୍ ଫେଡ୍  କ୍ଷୀର ର ଦର ବୃଦ୍ଧି

ଓମ୍ ଫେଡ୍ କ୍ଷୀର ର ଦର ବୃଦ୍ଧି

ଭୁବନେଶ୍ୱର,୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟରେ ଓମ୍‌ ଫେଡ୍ କ୍ଷୀର ର ଦର ବୃଦ୍ଧି ହୋଇଛି । ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଓମ୍‌ ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ଦର ସୂଚୀ ଅନୁଯାୟୀ, ଟୋନଡ ଦୁଗ୍ଧ ପ୍ରତି ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଯାହା ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି।

ସେହିଭଳି ପ୍ରିମିୟମ କ୍ଷୀର ଲିଟର ପ୍ରତି ମଧ୍ୟ ୪ଟଙ୍କା ବଢ଼ିଛି। ଯାହା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବଢ଼ି ୬୦ ଟଙ୍କା ହୋଇଛି। ସେହିଭଳି ଗୋଲ୍ଡ ପ୍ରିମିୟର ପ୍ଲସ୍ କ୍ଷୀର ଲିଟର ପ୍ରତି ୪ଟଙ୍କା ବଢ଼ି ୬୪ ଟଙ୍କାରେ ପହଞ୍ଚିଛି। ଏନେଇ ଓମ୍‌ ଫେଡ୍ ପକ୍ଷରୁ ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ କରିଛି। ଓମ୍‌ ଫେଡ୍ କ୍ଷୀର ର ଦର ଏକାଥରେ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇବା ପରେ ଖାଉଟି ଚିନ୍ତାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar