Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓୟୁଏଟି ବୈଷୟିକ କର୍ମଚାରୀ ସଂଘର  ୩୨ ତମ ବାର୍ଷିକ ଅଧିବେଶନ

ଓୟୁଏଟି ବୈଷୟିକ କର୍ମଚାରୀ ସଂଘର ୩୨ ତମ ବାର୍ଷିକ ଅଧିବେଶନ

ଭୁବନେଶ୍ୱର,୨୪/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓୟୁଏଟି ବୈଷୟିକ କର୍ମଚାରୀ ସଂଘର ୩୨ ତମ ବାର୍ଷିକ ସାଧାରଣ ସଭା ଓୟୁଏଟି ରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ଶ୍ରୀ କୀର୍ତ୍ତି ସୁନ୍ଦର ଦାସ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ର ବିଭିନ୍ନ ସ୍ଥାନର କାର୍ଯ୍ୟରତ ଶତାଧିକ ବୈଷୟିକ କର୍ମଚାରୀ ଉକ୍ତ ଅଧିବେଶନ ରେ ଯୋଗଦାନ କରିଥିଲେ ।

ବୈଷୟିକ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଏବଂ ସମସ୍ୟାର ନିରାକରଣ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସଂଘର ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସର୍ବସମ୍ମତି କ୍ରମେ ହୋଇଥିଲା । ଶ୍ରୀ ବନପ୍ରିୟ ମଲ୍ଲିକ ସଭାପତି, ଶ୍ରୀ ମାନସ ରଞ୍ଜନ କର ସାଧାରଣ ସମ୍ପାଦକ, ଶ୍ରୀ ଦିଲ୍ଲୀପ କୁମାର ସାହୁ ଉପସଭାପତି ଏବଂ ଶ୍ରୀ ଭଗବାନ ରେଡ୍ଡୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ସଂଘର ଶ୍ରୀ କୀର୍ତ୍ତି ସୁନ୍ଦର ଦାସ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ବୈଷୟିକ କର୍ମଚାରୀ ସଂଘ କିପରି ସୁଦୃଢ ହେବ ସେ ବିଷୟରେ ଉପଦେଷ୍ଟା ଶ୍ରୀ କୀର୍ତ୍ତି ସୁନ୍ଦର ଦାସ ସମସ୍ତ ସଦସ୍ୟ/ସଦସ୍ୟ। ମାନଙ୍କୁ ଉଦବୋଧନ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar