Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରିବେଶ ସୁସ୍ଥ ରଖିବାକୁ ବୃକ୍ଷରୋପଣ

ପରିବେଶ ସୁସ୍ଥ ରଖିବାକୁ ବୃକ୍ଷରୋପଣ

କେନ୍ଦ୍ରାପଡ଼ା,୦୯/୦୯/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ ବିରସ୍ୱତୀ ଗ୍ରାମର ଇଛାନାଥ ଆଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଆଶ୍ରମର ମହନ୍ତ ମହାରାଜ କୁଳମଣି ନାଥ ପ୍ରଥମେ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପରେ ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସଂଯୋଜକ ଗୋଲଖ ଚନ୍ଦ୍ର ପଢିଆରୀ ଓ ଭାଗିରଥି ଜେନା ପ୍ରମୁଖ କେତେକ ଉସôାହି ବ୍ୟକ୍ତିଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲାର ବିଭିନ୍ନ ସ୍ଥାନରେ କରାଯିବ ବୋଲି ସଂସଦର ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar