Tuesday, 03 Sep, 8.11 am ଓଡ଼ିଶା ସମାଚାର

ବିଶେଷ
ଫନି ବିପନ୍ନ ଭିନ୍ନକ୍ଷମଙ୍କୁ ଥଇଥାନ କରିବ ପ୍ରଫୁଲ

ପୁରୀ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-ପୁରୀ ଜିଲ୍ଲାର ଫନି ପ୍ରପିଡିତ ଭିନ୍ନକ୍ଷମ ହେବେ ଥଇଥାନ । ଘର ସାଙ୍ଗକୁ ମିଳିବ ଭତା ଓ ମାଗଣା ଶିକ୍ଷା । କେବଳ ସେତିକି ନୁହେଁ ଜୀବନ ଜିବୀକା ପାଇଁ ଦିଆଯିବ ସହାୟତା । ଏନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରଫୁଲ ଯୋଜନା । ପ୍ରଳୟଙ୍କରୀ ବାତ୍ୟା ଫନିରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରୁ ହିଁ ପ୍ରଥମ କରିଆରମ୍ଭ ହେଉଛି ଏହି ଯୋଜନା । ଯୋଗ୍ୟ ହିତାଧିକାରୀ ଚୟନ ପରେ ପ୍ରଫୁଲ୍ଲ ଯୋଜନାରେ ଏମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ । ଏହି ଯୋଜନାରେ ପୁରୀ ଜିଲ୍ଲାର ୧୧ ବ୍ଳକ୍ ଓ ୪ ଟି ଏନ୍ଏ ସି ଓ ମୁନିସିପାଲଟି ଅଂଚଳର ୨୨ହଜାର ୪୦୬ ଜଣ ହିତାଧିକାରୀଙ୍କୁ ଉପକୃତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାପାଳ ବଲୱନ୍ତ ସିଂ କହିଛନ୍ତି ପ୍ରଫୁଲ୍ଲ ଯୋଜନାରେ ୪ ପ୍ରମୁଖ ଦିଗକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମରେ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଫନି ପ୍ରପିଡିତ ଭିନ୍ନକ୍ଷମ ରହିଛନ୍ତି ,ପ୍ରଥମେ ସେମାନଙ୍କର ଯୋଗ୍ୟ ତାଲିକା ପ୍ରସ୍ତୁତ ହେବାର । ସେହି ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନାରେ ଭତା ଓ ଅନ୍ୟାନ୍ୟ ସୁବିଧା ଦିଆଯିବ । ସ୍ୱତନ୍ତ୍ର ଶିବିର ଆୟୋଜନ କରି ଭିନ୍ନକ୍ଷମ ଆସବାବପତ୍ର ସାଙ୍ଗକୁ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବ ।

୨ୟରେ ଘର ସହ ଶୌଚାଳୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ । ୩ୟ ଜୀବନଜୀବିକା କଥା ଚିନ୍ତା କରାଯାଇଛି । ଫନିରେ କ୍ଷତି ଗ୍ରସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ପ୍ରଥମେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ ପରେ ଏକ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାପରେ କେଉଁମାନେ କେତେ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ସେ ଅନୁସାରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଏ ବାବଦରେ ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦବାକୁ ଲକ୍ଷ୍ୟ ରଖାଯାଇଛି । ଚତୁର୍ଥରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

ଯୋଗ୍ୟ ବ୍ୟକ୍ତିଙ୍କୁ ଧନ୍ଦା ମୂଳକ ତାଲିମ୍ ସହଦକ୍ଷତା ବୃଦ୍ଧି ସେଲ୍ଫ୍ ଡେଭଲପମେଂଟ ର ସୁବିଧା ଯୋଗାଇ ଦିଆଯିବ । ବିଦ୍ୟାର୍ଥୀ ଙ୍କ ପାଇଁ ବାଣିଶ୍ରୀ, ପ୍ରି ମ୍ୟାଟ୍ରିକ୍ , ପୋଷ୍ଟ ମ୍ୟାଟ୍ରିକ୍ଓ ଟପ୍ କ୍ଲାସେସ୍ ଛାତ୍ର ବୃତିି ସୁବିଧା କରାଯାଇଛି । ସେହିଭଳି ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ କରାଯିବ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏଥିନିମନ୍ତେ ତାଲିକା ପ୍ରସ୍ତୁତି ହୋଇସାରିଛି ।

ଆବେଦନ ଗ୍ରହଣ ପ୍ରକ୍ରିୟାଏହା ଭିତରେ ଶେଷ ହୋଇଛି । ଆବେଦନ ପତ୍ର ଯାଂଚ ପରେ ଯୋଗ୍ୟ ତାଲିକା ପ୍ରକାଶ ପାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top