Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଲାଙ୍କ ଭବିଷ୍ୟତ ପାଇଁ ମଜବୁତ ଆର୍ଥିକ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ

ପିଲାଙ୍କ ଭବିଷ୍ୟତ ପାଇଁ ମଜବୁତ ଆର୍ଥିକ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୧/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନିଜ ପିଲାଙ୍କୁ ଅନ୍ୱେଷଣ କରିବା, ଶିଖିବା ଓ ସେମାନଙ୍କ ପସନ୍ଦର ଏକ ଭବିଷ୍ୟତ ଗଠନ କରିବାର ସ୍ୱାଧୀନତା ଦେବାକୁ ପ୍ରତ୍ୟେକ ପିତାମାତା ସ୍ୱପ୍ନ ଦେଖନ୍ତି । ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରସ୍ତୁତି, ଯୋଜନା ଓ ଏକ ମଜବୁତ ଆର୍ଥିକ ଭିତିଭୂମିର ସହଯୋଗ ଆବଶ୍ୟକ ହୋଇଥାଏ ।

ବିଶ୍ୱସ୍ତରୀୟ ଶିକ୍ଷା, ବିଶେଷଜ୍ଞ ବୃତିଠାରୁ ଆରମ୍ଭ କରି ଉଦ୍ୟମିତା ଓ ସୁଯୋଗ ପର୍ଯ୍ୟନ୍ତ ପିଲାମାନେ ସମ୍ଭାବନାରେ ପରିପୂର୍ଣ୍ଣ ଏକ ଦୁନିଆରେ ବଡ଼ ହେଉଛନ୍ତି ।ସେମାନଙ୍କ ପାଇଁ ଉପଲବ୍ଧ ବିକଳ୍ପଗୁଡ଼ିକର ବିସ୍ତାର ହେଉଛି ।

ତେବେ ଜୀବନର ପଥ ଯେତେ ବଦଳିଲେ ମଧ୍ୟ ପ୍ରତ୍ୟେକ ଆର୍ଥିକ ଯୋଜନା ହେଉଛି, ଶିଶୁର ସ୍ୱପ୍ନ ଓ ଲକ୍ଷ୍ୟ ପୂରଣରେ ସର୍ବଦା ସାଥୀ ହୋଇ ରହିବାର ଏକ ଅଟଳ ପ୍ରତିବଦ୍ଧତା । ଶୀଘ୍ର ଯୋଜନ କରିବା ଦ୍ୱାରା ପିତାମାତାଙ୍କୁ ସମୟର ଫାଇଦା ମିଳିପାରିବ । ଏକ ଦୀର୍ଘକାଳୀନ ଯୋଜନାର ସମୟସୀମା ପରିବାରଗୁଡ଼ିକୁ ଧୀରେ ଧୀରେ ଏକ ମଜବୁତ ଆର୍ଥିକ ଭିତିଭୂମି ଗଠନ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟଗୁଡ଼ିକ ପାଇଁ ଭଲ ଭାବରେ ପ୍ରସ୍ତୁତ ହେବାର ସୁଯୋଗ ଦେଇଥାଏ ବୋଲି ଏସବିଆଇ ଲାଇଫ ଇନ୍ସୁରାନ୍ସର ଜୋନାଲ ନିର୍ଦ୍ଦେଶକ (ପୂର୍ବ), ଶ୍ରୀ ଦୀପକ ନାୟାର କହିଛନ୍ତି ।

ଶ୍ରୀ ଦୀପକ ନାୟାରଙ୍କ ମତରେ, ପିତାମାତା ଯେତେ ଶୀଘ୍ର ଯୋଜନା କରିବା ଆରମ୍ଭ କରିବେ ସେମାନଙ୍କ ପିଲାଙ୍କ ଭବିଷ୍ୟତର ସ୍ୱପ୍ନକୁ ସମର୍ଥନ କରୁଥିବା ଏକ ଆର୍ଥିକ ଭିତିଭୂମି ଗଠନ କରିବା ପାଇଁ ସେମାନଙ୍କ ପାଖରେ ସେତେ ଅଧିକ ସମୟ ରହିବ । ଜଣେ ପିଲାର ଭବିଷ୍ୟତ ଗଠନ କରିବା କେବଳ ଟଙ୍କା ସଂଚୟ କରିବାଠାରୁ ଅଧିକ ଅଟେ । ଏଥିପାଇଁ ଲକ୍ଷ୍ୟ, ସମୟସୀମା ଓ ସେହି ମାର୍ଗରେ ଆବଶ୍ୟକ ହେଉଥିବା ଆର୍ଥିକ ସହଯୋଗକୁ ବୁଝିବା ଆବଶ୍ୟକ ।

ସନ୍ତାନ କୈନ୍ଦ୍ରିକ ଆର୍ଥିକ ଯୋଜନା ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଏକ ସଂଗଠିତ ଆଭିମୁଖ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରିବ ଯାହା ଦୀର୍ଘକାଳୀନ ପ୍ରସ୍ତୁତି ସହିତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଉପରେ ଧ୍ୟାନ ଦେବା ପାଇଁ ଆବଶ୍ୟକ ଶୃଙ୍ଖଳାକୁ ଏକତ୍ରିତ କରିବ । ଏକ ସୁରକ୍ଷିତ ଭବିଷ୍ୟତ ଗୋଟିଏ ନିଷ୍ପତି ଦ୍ୱାରା ସୃଷ୍ଟି ହୁଏ ନାହିଁ । ଏହା ଚିନ୍ତାଶୀଳ ଯୋଜନା ମାଧ୍ୟମରେ ସମୟ ସହିତ ଗଠନ ହୋଇଥାଏ ।

ତେଣୁ ଶୀଘ୍ର ଆରମ୍ଭ କରନ୍ତୁ ନିଜର ଆର୍ଥିକ ଯୋଜନାଗୁଡ଼ିକୁ ବଢ଼ିବା ପାଇଁ ଅଧିକ ସମୟ ଦିଅନ୍ତୁ ଓ ଭବିଷ୍ୟତର ମାଇଲଖୁଂଟଗୁଡ଼ିକ ପାଇଁ ଏକ ବୀମା କରନ୍ତୁ । ଜୀବନ ବୀମା ଓ ସନ୍ତାନ କୈନ୍ଦ୍ରିକ ବୀମା ସମାଧାନଗୁଡ଼ିକ ଏହା ନିଶ୍ଚିତ କରିବାରେ ସାହାଯ୍ୟ କରିପାରିବ ଯେ ଜୀବନ ଯୋଜନା ଅନୁଯାୟୀ ନ ଚାଲିଲେ ମଧ୍ୟ ପିଲାଙ୍କ ଭବିଷ୍ୟତର ଲକ୍ଷ୍ୟଗୁଡ଼ିକୁ ସମର୍ଥନ ଦିଆଯାଇପାରିବ । ସଂଚୟ, ସୁରକ୍ଷା ଓ ସନ୍ତାନ କୈନ୍ଦ୍ରିକ ଆର୍ଥିକ ଯୋଜନା ଏକାଠି ହେଲେ ପିତାମାତାମାନେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଓ ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ଅଧିକ ପ୍ରସ୍ତୁତ ହୋଇପାରିବେ । ଆର୍ଥିକ ଯୋଜନାର ନିଷ୍ପତିଗୁଡ଼ିକ ବ୍ୟକ୍ତିଗତ ଲକ୍ଷ୍ୟ, ଆର୍ଥିକ ପରିସ୍ଥିତି ଓ ଉପଯୁକ୍ତତା ଉପରେ ଆଧାରିତ ହେବା ଉଚିତ୍ । ଉପଲବ୍ଧ ବିକଳ୍ପଗୁଡ଼ିକୁ ସତର୍କତାର ସହ ମୂଲ୍ୟାଙ୍କନ କରିବା ଓ ଆବଶ୍ୟକ ସ୍ଥଳେ ବୃତିଗତ ମାର୍ଗଦର୍ଶନ ଲୋଡ଼ିବାକୁ ପରାମର୍ଶ ଦିଆଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar