କେନ୍ଦ୍ରାପଡା ୦୩/୦୪/୨୦୨୦(ଓଡ଼ିଶା ସମାଚାର)-ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭତା ହିତାଧିକାରୀଙ୍କ ଡାକଘର ଜମାଖାତାରେ ଜମାକରାଯାଇଥିବା ୪ମାସର ବାର୍ଦ୍ଦକ୍ୟ,ବିଧବା ଓ ଭିନ୍ନକ୍ଷମ ଭତା ହିତାଧିକାରୀମାନଙ୍କୁ ସେମାନଙ୍କ ଘରେ ପୋଷ୍ଟାଲ ପେମେଣ୍ଟସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ଦ୍ୱାରା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତରେ ଏକଶହରୁ ଉର୍ଦ୍ଧ୍ୱ ବିଭିନ୍ନ ଭତା ହିତାଧିକାରୀମାନଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ବଂଟନ କରାଯାଇଛି । ଏଥିସହିତ ସେହି ପଞ୍ଚାୟତର ଦିନମଜୁରିଆ ତଥା ଗରୀବ ଲୋକମାନଙ୍କୁ ପୋଷ୍ଟାଲ ପେମେଂଟ ବ୍ୟାଙ୍କ ଶାଖା ପକ୍ଷରୁ ଶୁଖିଲା ଖାଦ୍ୟ ଅଟା,,ବିସ୍କୁଟ,ବ୍ରେଡ, ସାବୁନ ଓ ମିନେରାଲ ୱାଟର ବୋତଲ ପ୍ରମୁଖ ମଧ୍ୟ ପ୍ରଦାନ କରାଯାଇଥିଲା ।