Dailyhunt
ରଘୁନାଥଜିଉ ଜୁନିଅର ମହାବିଦ୍ୟାଳୟ ପକ୍ଷରୁ ସାଇକେଲ୍ ଶୋଭାଯାତ୍ରା

ରଘୁନାଥଜିଉ ଜୁନିଅର ମହାବିଦ୍ୟାଳୟ ପକ୍ଷରୁ ସାଇକେଲ୍ ଶୋଭାଯାତ୍ରା

କଟକ, ୨୦/୦୧/୨୦୨୦(ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀମାନେ ସୁସ୍ଥ ଏବଂ ନିରାମୟ ରହିବା ପାଇଁ ସାଇକେଲ ଚାଳନା କରିବାକୁ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷା ଡ. ସ୍ନେହଲତା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ସାଇକେଲ୍ ଚାଳନା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ସୁସ୍ଥ ରହିବା ସହିତ ଗୋଟିଏ ସୁସ୍ଥ ସମାଜ ଗଢ଼ିପାରିବାକୁ ସକ୍ଷମ ହୋଇପାରିବେ ବୋଲି କହିଥିଲେ । 'ସାଇକେଲ୍ ଚଲାନ୍ତୁ ଏବଂ ସୁସ୍ଥ ରୁହନ୍ତୁ' ଶୀର୍ଷକ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୁପେ ବିଶିଷ୍ଟ ସମାଜସେବୀ ଡ. ଦ୍ୱିପାୟନ ପଟ୍ଟନାୟକ ଯୋଗଦେଇ ସାଇକେଲ୍ ଚାଳନା ଦ୍ୱାରା ଆମ ଶରୀର ସୁସ୍ଥ ରହିପାରିବ ବୋଲି ମତଦେଇ ବ୍ୟାୟାମ, ଯୋଗ, ଧ୍ୟାନ, ପ୍ରାଣାୟମର ଉପକାରିତା ବିଷୟରେ ବୁଝାଇଥିଲେ ।

ଏନଏସଏସ୍ ପ୍ରୋଗ୍ରାମ୍ ଅଫିସର୍ ଅଧ୍ୟାପକ ପ୍ରଶାନ୍ତ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ଡ. ହେମନ୍ତ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଏକାଦଶୀ ସାହୁ ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଶାରଦାକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । କ୍ରୀଡ଼ା ଶିକ୍ଷକ ଧର୍ମେନ୍ଦ୍ର ମହାନ୍ତି ଏବଂ ମୀରା ବେଉରା କାର୍ଯ୍ୟକ୍ରମ ସଂଚ।।ଳନ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar