Friday, 03 Apr, 1.10 pm ଓଡ଼ିଶା ସମାଚାର

ବିଶେଷ
ରଘୁନାଥପୁର,ଜଇପୁର,ରେଢ଼ୁଆ ଓ ଦେଉଳିସାହି ହାଟ ସପ୍ତାହରେ ଥରେ ବସିବ

ରଘୁନାଥପୁର ୦୩/୦୪/୨୦୨୦(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ହାଟ, ରଘୁନାଥପୁର ହାଟ, ଜଇପୁର ହାଟ ଓ ଦେଉଳିସାହି ହାଟରେ ଲୋକମାନେ ସାମାଜିକ ଦୂରତ୍ୱ ନରଖି ଶହ ଶହ ସଂଖ୍ୟାରେ ଭିଡ ଜମିବାରୁ ପ୍ରଶାସନ ପକ୍ଷରୁ ଉକ୍ତ ୪ଟି ହାଟକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ଏହି ହାଟ ବନ୍ଦ ହେବା ଫଳରେ ଆଖପାଖ ୧୫୦ ଗୋଟି ଗ୍ରାମରୁ ହଜାର ହଜାର ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି କିଭଳି କରିବେ ଚିନ୍ତାରେ ପଡିଥିଲେ । ପ୍ରଶାସନ ଲୋକମାନେ କିଭଳି ସାମାଜିକ ଦୂରତ୍ୱ ରଖିବେ ସେଥିପ୍ରତି କଡା ପଦକ୍ଷେପ ନ ନେଇ ହଠାତ୍ ତରବରିଆ ଭାବେ ହାଟକୁ ବନ୍ଦ କରିଦେବା ନିଷ୍ପତି ଦୁର୍ଭାଗ୍ୟଜନକ ବୋଲି ଏ ଅଂଚଳର ବିୁଦ୍ଧିଜୀବିମାନେ ମତ ଦେଇଥଲେ । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଏହି ୪ଟି ହାଟରେ ଲୋକମାନେ କିଭଳି ସାମାଜିକ ଦୂରତା ରଖି ପନିପରିବା କିଣିବେ ସେଥିପାଇଁ ପଦକ୍ଷେପ ନେଇ ଏହି ହାଟକୁ ସପ୍ତାହରେ ଗୋଟିଏ ଦିନ ଚଳାଇବାକୁ ଏ ଅଂଚଳର ଜନସାଧାରଣ ଦାବି କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ର ସଂଖ୍ୟା ୪୫୫୦-୨/୪/୨୦୨୦ ନଂ ରେ ଏହି ବ୍ଲକରେ ଥିବା ଉପରୋକ୍ତ ୪ଟି ହାଟ ସପ୍ତାହରେ ଗୋଟିଏ ଦିନ ସକାଳ ୬ଘ. ରୁ ଦିନ ୧୧ଘ. ପର୍ଯ୍ୟନ୍ତ ଯଥେଷ୍ଟ ସମାଜିକ ଦୂରତ୍ୱ ରଖି ରାସ୍ତା ପାଶ୍ୱର୍ରେ ହାଟ ବାସାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top