Wednesday, 06 Nov, 11.12 pm ଓଡ଼ିଶା ସମାଚାର

ବିଶେଷ
ରାସନକାର୍ଡରେ ସମସ୍ତ ପରିବାର ସଦସ୍ୟଙ୍କ ନାମ ଦରଜ କରାଯାଉନଯିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)-ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଗରୀବ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଖାଦ୍ୟ ନିରାପତା ଯୋଗାଇଦେବାକୁ ଏହି ଯୋଜନା କରାଯାଇଛି । କିନ୍ତୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଅପରିଣାମଦର୍ଶିତା ଯୋଗୁଁ ଅନେକ କ୍ଷେତ୍ରରେ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରୁ ବଂଚିତ ହେଉଥିବାର ଦେଖାଯାଉଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମର ଗୋବିନ୍ଦ ସାହୁଙ୍କ ପନôୀ ରମା ସାହୁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ଏକ ରାସନକାର୍ଡ ଯୋଗାଇ ଦିଆଯାଇଥିଲା । ସେହି କାର୍ଡରେ ୬ମାସ ରାସନ ସାମଗ୍ରୀ ପାଇବା ପରେ ବିନା କାରଣରେ ସେହି ରାସନକାର୍ଡ ଟିକୁ କାଟି ଦିଆଗଲା । ସେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ପୁନର୍ବାର ତାଙ୍କୁ ପ୍ରାୟ ଦେଢବର୍ଷ ପରେ ରାସନକାର୍ଡ ଯୋଗାଇ ଦିଆଗଲା । କିନ୍ତୁ ସେହି କାର୍ଡରେ ତାଙ୍କର ୮ଜଣ ପରିବାର ସଦସ୍ୟଙ୍କ ବଦଳରେ ମାତ୍ର ୩ଜଣଙ୍କ ନାମ ଉଲ୍ଲେଖ ରହିଲା । ଏ ସମ୍ପର୍କରେ ସେ ମାର୍କେଟିଂ ଇନିସପେକ୍ଟର ଓ କେନ୍ଦ୍ରାପଡା ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିବା ପରେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top