Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଉତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ରାଉତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ବାଜି

ଭୁବନ ୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ' ଆନୁକୂଲ୍ୟରେ ଗତ ୧୩ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତତିନି ଚତୁର୍ଥ ପର୍ଯ୍ୟାୟର ଛାତ୍ରୀମାନଙ୍କୁ ନେଇ ଏକ ଛଅ ଦିନିଆ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।

ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୌରହିତ୍ୟ କରିଥିବା ସମୟରେ, ଇଂରାଜୀ ବିଭାଗର ମୁଖ୍ୟ ଅନୀଲ କୁମାର ଧୀର, ଆମ କଲେଜ ଆମ ଗୌରବର ସଂଯୋଜକ ଅଧ୍ୟାପକ ପ୍ରଭାତ କୁମାର ଜେନା, ଗ୍ରନ୍ଥାଗାରିକ ନନ୍ଦକିଶୋର ଧୀର, ଶକ୍ତିଶ୍ରୀର ପୂର୍ବତନ ସଂଯୋଜିକା ଦେବଯାନୀ ପାଣି, ଶକ୍ତିଶ୍ରୀର ସଂଯୋଜିକା ଋତୁପର୍ଣ୍ଣା ପୃଷ୍ଟି, ଆଇସିସିର ସଭ୍ୟା ଡ଼କ୍ଟର ଧାନୀ ମୁର୍ମୁ ଓ ଏନ.

ସି. ସି ଅଫିସର ଡକ୍ଟର ଦୀପାରାଣୀ ସାମଲ ଉପସ୍ଥିତ ଥିଲେ। ସମସ୍ତେ ଛାତ୍ରୀମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହିତ ଆତ୍ମସୁରକ୍ଷାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଛଅ ଦିନିଆ ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ପ୍ରମୋଦିନୀ ମାଝୀ ପ୍ରଶିକ୍ଷଣ ଦେଇଥିଲେ। ଏହା ସହିତ ନାରୀର ମାନସିକ ଓ ଆବେଗିକ ବିଷୟରେ ଏକ ପାଠଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଅଧ୍ୟାପିକା ଋତୁପର୍ଣ୍ଣା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar