Monday, 26 Aug, 12.11 am ଓଡ଼ିଶା ସମାଚାର

ବିଶେଷ
ସହଯୋଗ ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ବଂଟନ

ନିରାକାରପୁର, ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ପକ୍ଷରୁ ଆଜି ଅଂଚଳରେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଓ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଂଟନ କରାଯାଇଥିବାବେଳେ ସ୍ଥାନୀୟ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରାମର ଅନ୍ତେବାସୀମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ସମାଜସେବୀ ଦାଶରଥୀ ବିଶୋଇ ଓ ଶିକ୍ଷାବିତ, ସାହିତ୍ୟିକ ଡ଼ ପୂର୍ଣ୍ଣଚନ୍ଦ୍ର ଦାଶ, ଶିକ୍ଷାବିତ ଯୁଧୀଷ୍ଠୀର ଜଗଦ୍ଧେବ ଯୋଗଦେଇ ଖାଦ୍ୟପୁଡ଼ିଆ ଅନ୍ତେବାସୀର ୨୩ଜଣ ବୃଦ୍ଧବୃଦ୍ଧାମାନଙ୍କୁ ପ୍ରଦାନ କରିବା ସହ ସମାଜର ଅବହେଳିତ ବ୍ୟକ୍ତିମାନଙ୍କୁ ସହଯୋଗ କରିବା ପାଇଁ ଯେଉଁ ପ୍ରୟାସ ସହଯୋଗ ଅନୁଷ୍ଠାନ କରୁଛି ତାହା ଉଚ୍ଚ ପ୍ରଶଂନୀୟ । ଏହିଭଳି ଅନୁଷ୍ଠାନ ସମସ୍ତଙ୍କ ପାଇଁ ପ୍ରେରଣା ହେଉ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ସକାଳୁ ବିଭିନ୍ନ ସ୍ଥାନରେ ବୁଲୁଥିବା ଅସହାୟ ଓ ପାଗଳ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନର ସଦସ୍ୟମାନେ ଖାଦ୍ୟ ବଂଟନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକର୍ତା ହିମାଂଶୁ ଭୂଷଣ ଚମ୍ପତିରାୟ, ପ୍ରଭାକର ଜୟସିଂହ,ମାନସ ଚନ୍ଦ୍ର ପଟ୍ଟନାୟକ, ଦେବାଶିଷ ପାହାଡ଼ାସିଂହ ଓ ଲଛମନ ନାୟକ , ଅନୀଲ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top