Friday, 03 Apr, 8.11 am ଓଡ଼ିଶା ସମାଚାର

ବିଶେଷ
ସମାଜସେବୀଙ୍କ ବିଭିନ୍ନ ସ୍ଥାନରେ ମାସ୍କ ଓ ସାନିଟାଇଜର ବଂଟନ

କେନ୍ଦ୍ରାପଡା ୦୬/୦୪/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ସୋମବାର କେନ୍ଦ୍ରାପଡା ବ୍ଲକର ଚକ୍ରୋଡା ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବୀତରଣ କରି ନିଜ ଘର ଭିତରେ ସୁରକ୍ଷିତ ରହିବା ସମ୍ପର୍କରେ ବୁଝାଇଥିଲେ । ରବିବାର ମାର୍ଶାଘାଇ ଓ ଗରଦପୁର ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀ ବେହେରା ଲୋକମାନଙ୍କୁ ସଚେତନ କରି ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top