Sunday, 25 Aug, 8.10 pm ଓଡ଼ିଶା ସମାଚାର

ବିଶେଷ
ସାମାଜିକ ସଂଗଠନର ସାଧାରଣ ପରିଷଦ ଓ କାର୍ଯ୍ୟ ନିର୍ବାହୀ ବୈଠକ

ଗରଦପୁର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- 'ଶାନ୍ତି ମୈତ୍ରୀ' ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲାର କ୍ଷେତ୍ରୀୟ କାର୍ଯ୍ୟାଳୟ ଥିବା ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମରେ ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଓ କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଂଗଠନର ଉପ-ସଭାପତି ପ୍ରଣୟ କୁମାର ପରିଜା ସଭାପତିତ୍ୱ କରିଥିବାବେଳେ, ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । କନ୍ଧମାଳ ଜିଲାରେ ବିଗତ ବର୍ଷମାନଙ୍କରେ କରାଯାଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ସମ୍ପର୍କରେ ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଥିଲେ । ଏହି ବୈଠକରେ ଅନୁଷ୍ଠାନର ୨୦୧୮-୧୯ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟ, ବାର୍ଷିକ ବିବରଣୀ ଉପରେ ଆଲୋଚନା କରାଯାଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ଆୟ-ବ୍ୟୟ ଆକଳନ କରାଯିବା ସହିତ ପରିଷଦ ଦ୍ୱାରା ଅନୁମୋଦନ କରାଯାଇଥିଲା । ଏହି ବୈଠକରେ୨୦୧୯-୨୦ପାଇଁ ସଂଗଠନ ପକ୍ଷରୁ ନୂତନ କାର୍ଯ୍ୟ ପନ୍ଥା ସମ୍ପର୍କରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଅନୁମୋଦନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅନୁଷ୍ଠାନ ମୂଖ୍ୟତଃ କନ୍ଧମାଳ ଓ କଳାହାଣ୍ଡି ଜିଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବାରୁ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲା ପାଇଁ ନୂତନ ପ୍ରକଳ୍ପ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକର ଶୁଭଲକ୍ଷ୍ମୀ ସାମଲ, ଦୀପ୍ତିମୟୀ ରଥ,ପ୍ରହଲ୍ଲାଦ ଲେଙ୍କା,ମଞ୍ଜୁୁଲତା ଜେନା ଓ ସୁନନ୍ଦା ପ୍ରଧାନ ପ୍ରମୁଖ ବହୁ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟ ନିର୍ବାହୀ କମିଟ୍ ସଦସ୍ୟ ମନୋଜ କୁମାର ଜେନା ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top