Friday, 13 Dec, 8.10 am ଓଡ଼ିଶା ସମାଚାର

ତାଜା ଖବର
ସଂକ୍ଷେପରେ ତାଜା ଖବର : ଚୋରୀ ଉଦେଶ୍ୟରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

କଟକ ,୧୩/୧୨/୨୦୧୯(ଓଡ଼ିଶା ସମାଚାର)- କଟକ ସହରରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଶିବ ମନ୍ଦିର ନିକଟରେ ରହୁଥିବା ଶ୍ରୀ ଧର ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲ ଙ୍କୁ ଗତକାଲି ରାତିରେ କେହି ହତ୍ୟା କରିଛି । ଡ଼ିସିପି ନିଯେ ଘଟଣାସ୍ଥଳ ପରିଦର୍ଶନ କରି ପାରିପାଶ୍ୱିର୍କ ଅବସ୍ଥାରୁ କୌଣସି ପରିଚିତ ବ୍ୟକ୍ତି ଦମ୍ପତିଙ୍କ ଘରୁ ଟଙ୍କା ପଇସା ଲୁଟ ଉଦେଶ୍ୟରେ ଦତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । କାରଣ ତାଙ୍କ ଗଡ଼଼ରେଜ ଆଲମିରା ଖୋଲା ରହିଛି । ସାଇଂଟିଫିକ୍ ଟିମ ପହଂଚିଲେ ତଦନ୍ତ ଆରମ୍ଭ ହେବ । ତେଣୁ ଘରକୁ ପୋଲିସ୍ ସିଲ କରିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top