Friday, 03 Apr, 12.10 pm ଓଡ଼ିଶା ସମାଚାର

ବିଶେଷ
ସଂକ୍ଷେପରେ ତାଜା ଖୁସି ଖବର : ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ - ଚିକିତ୍ସାଧିନ ୩

ଭୁବନେଶ୍ୱର ,୦୩/୦୪/୨୦୨୦ (ଓଡ଼ିଶା ସମାଚାର)- ଖୁସିର ଖବର । ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଯୁବକ । ପୂର୍ବରୁ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଯୁବକ ସୁସ୍ଥ ହୋଇଛନ୍ତି । ସେ କ୍ୟାପିଟାଲ ହସପିଟାଲ ରେ ଚିକିତ୍ସିତ ହେଉଥିଲେ ।

ତାଙ୍କର ନମୂନା ପରୀକ୍ଷାରେ ନେଗେଟିଭ ଆସିବା ପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ରୁ ଡ଼ିଚାର୍ଯ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ୫ ଜଣ ପଜିଟିଭ ଆସିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବର୍ତମାନ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫, ସୁସ୍ଥ ହେଲେ ୨ ଓ ଚିକିତ୍ସାଧିନ ୩ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top