Wednesday, 05 Aug, 12.10 am ଓଡ଼ିଶା ସମାଚାର

ବିଶେଷ
ସରପଞ୍ଚଙ୍କ ଅଦୂରଦର୍ଶିତା ଯୋଗୁଁ ପଞ୍ଚାୟତ ଛାତରୁ ପଡି ଚାଲିଗଲା ଏସିଏମଙ୍କ ଜୀବନ !

ମାହାଙ୍ଗା, ୦୪/୦୮/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): କରୋନା ସମୟରେ କୋଭିଡ(୧୯)ପାଇଁ ପଞ୍ଚାୟତକୁ ଚକାଚକ କରୁଥିଲେ କାର୍ୟ୍ୟନିର୍ବାହୀ ସରପଞ୍ଚ ।
ପଞ୍ଚାୟତ କାର୍ୟ୍ୟାଳୟରେ ପାଣି ପାଇପ ସଂଯୋଗ କାର୍ୟ୍ୟ ଚାଲିଥିଲା ।
ସ୍ଥାନୀୟ ଅଡ଼ମ-ମହେଶପୁର ଗାଁ'ର ଶରତ ଦାସଙ୍କୁ ଏହି କାମରେ ନିୟୋଜିତ କରିଥିଲେ ଶ୍ରୀକୃଷ୍ଣପୁର ସରପଞ୍ଚ ରାଜେଶ ଯେନା । ଶରତ ପରିମଳ ଓ ପାନୀୟଜଳ ଯୋଗାଣ ବିଭାଗ ଅଧିନରେ ଏସିଏମ ଭାବେ କାମକରୁଥିଲେ ।

ଆଜି ସକାଳୁ ସ୍ଥାନୀୟ ସରପଞ୍ଚ ଇଲେକ୍ଟ୍ରି ସର୍ଟଡାଉନ ନେଇଛନ୍ତି ବୋଲି କହି ଶରତଙ୍କୁ ପଞ୍ଚାୟତ କାର୍ୟ୍ୟାଳୟକୁ ଡକାଇଥିଲେ ଏବଂ ପାଣିପାଇପ ସଂଯୋଗ କାମ କରାଉଥିଲେ । ପଞ୍ଚାୟତ ଛାତ ଉପରେ ୧୧ କେଭି ବିଦ୍ୟୁତ ସରବରାହ ଥିବାରୁ ଶରତ ଛାତଉପରୁ ବିଦ୍ୟୁତ ଆଘାତରେ ତଳକୁ ଖସିପଡିଥିଲେ । ସ୍ଥାନୀୟ ଲୋକେ ମାହାଙ୍ଗା ସରକାରୀ ହସ୍ପିଟାଲରେ ଶରତକୁ ଭର୍ତ୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶରତଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ସାମ୍ନାରେ ପୋଡାଜଳା ଓ ରାସ୍ତା ଅବରୋଧ କରାଯିବା ଦେଖିବାକୁ ମିଳିଥିଲା । ମୃତ ଶରତଙ୍କ ଭାଇ ସରପଞ୍ଚଙ୍କ ବିରୁଦ୍ଧରେ ଏତଲା ବେବାପରେ ପୋଲିସ ଘଟଣାସ୍ଥଳୀରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ଖବର ମିଳିଛି । ଜଣେ ସରପଞ୍ଚଙ୍କ ଅଦୂରଦର୍ଶିତା କାର୍ୟ୍ୟକଳାପ ଯୋଗୁଁ ବିଚରା ଯୁବକ ଜଣକ ପ୍ରାଣ ହରାଇଲେ ।
ଆଗକୁ ସମୟ କହିବ ମୃତକଙ୍କ ପରିବାରକୁ ନ୍ୟାୟ ମିଳୁଛି କି ନାହିଁ । ଓଡିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top