Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସେବା ସଂକଳ୍ପ ଅଭିଯାନ ପାଇଁ ସମ୍ବଲପୁରରେ ପ୍ରସ୍ତୁତି ବୈଠକ

ସେବା ସଂକଳ୍ପ ଅଭିଯାନ ପାଇଁ ସମ୍ବଲପୁରରେ ପ୍ରସ୍ତୁତି ବୈଠକ

ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସୁଶାସନକୁ ସ୍ମରଣୀୟ କରିବା ପାଇଁ ଲୋକଙ୍କ ସେବାରେ ସମର୍ପିତ ହେବା -ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ "ସେବା ସଂକଳ୍ପ ଅଭିଯାନ - ନର ସେବା ହିଁ ନାରାୟଣ ସେବା" ପାଳନ କରାଯିବ । ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ତୃଣମୂଳ ସ୍ତରର ମାତୃଶକ୍ତିଙ୍କୁ ମିଶାଇ ଏହି ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଖୁବ ଶୀଘ୍ର ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମର ଅନ୍ତିମ ଯୋଜନା ଚୂଡ଼ାନ୍ତ କରାଯିବ।

ଏହି ସମୟସୀମା ମଧ୍ୟରେ ମା' ସମଲେଶ୍ୱରୀ ମନ୍ଦିରରେ ମହାଦୀପ ଦାନ କରାଯିବ । ସମ୍ବଲପୁର ସହରର ସମସ୍ତ ସ୍ଥାନରେ ଘରେ ଦୀପ ପ୍ରଜ୍ୱଳନ କରାଯିବ । ସମ୍ବଲପୁର ସହରର ସମସ୍ତ ୱାର୍ଡରେ ଏବଂ ଜିଲ୍ଲାର ସମସ୍ତ ପଞ୍ଚାୟତରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ। ଏହି ମହା ସ୍ୱଚ୍ଛତା ଅଭିଯାନରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, ରାଜନେତା, ଅବସରପ୍ରାପ୍ତ ଶିକ୍ଷକ ଏବଂ ଆଞ୍ଚଳିକ ମାତୃଶକ୍ତି ସାମିଲ ହେବେ। ରକ୍ତଦାନ ଶିବିର ଏବଂ ବିଧାନସଭା/ବ୍ଲକ ସ୍ତରରେ 'ସେବା ସେତୁ' ଶିବିର ମାଧ୍ୟମରେ ସରକାରୀ ଯୋଜନାର ସିଧାସଳଖ ଲାଭ ପ୍ରଦାନ କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ମାତୃଭବନ କର୍ମୀ ସମେତ ସମସ୍ତ ମାତୃଶକ୍ତିଙ୍କୁ ସାର୍ବଜନୀନ ଭାବେ ସମ୍ବର୍ଦ୍ଧିତ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ନିରବଚ୍ଛିନ୍ନ ସେବା ଓ ସୁଶାସନର ଯାତ୍ରାକୁ ସ୍ମରଣୀୟ କରିବା ପାଇଁ "ନର ସେବା ହିଁ ନାରାୟଣ ସେବା" ମନ୍ତ୍ରରେ ଜନସାଧାରଣଙ୍କ ସେବାରେ ସମର୍ପିତ ହେବାକୁ ସାଂସଦ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar