Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିକ୍ଷାଦାନରେ ଗୁରୁତର ଅବହେଳା ଅଭିଯୋଗରେ ହିନ୍ଦୀ ଶିକ୍ଷକ ନିଲମ୍ବିତ

ଶିକ୍ଷାଦାନରେ ଗୁରୁତର ଅବହେଳା ଅଭିଯୋଗରେ ହିନ୍ଦୀ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୬ (ଓଡ଼ିଶା ସମାଚାର)- ଦାନରେ ଗୁରୁତର ଅବହେଳା କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବାଲିଝରୀସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କୁ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି ।

ପାଠପଢା ସମୟରେ ମୋବାଇଲରେ ଗପିବା, ଲେସନ ଡାଏରୀ ମେଂଟେନ ନକରିବା, ସ୍ମାର୍ଟ ବୋର୍ଡରେ ପାଠ ନପଢାଇବା, ପିଲାଙ୍କ ପରୀକ୍ଷା ଖାତା ନଦେଖିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଥିଲା ।

ଏହାର ତଦନ୍ତ କରାଯାଇ ହିନ୍ଦୀ ଶିକ୍ଷକ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ସେ ତାଙ୍କ କର୍ତବ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ରାଜନଗର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଧାର୍ଯ୍ୟ କରାଯାଇଛି । ଜିଲା ଶିକ୍ଷାଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar