Sunday, 19 Jan, 10.11 pm ଓଡ଼ିଶା ସମାଚାର

ବିଶେଷ
ଶିଳ୍ପୀ ହାତର ଛୁଆଁରେ ନିର୍ଜୀବ ହୋଇଯାଏ ଜୀବନ୍ତ - ପ୍ରୋତ୍ସାହନ ମିଳିଲେ ବଦଳିଯାଆନ୍ତା ଜୀବନ !

ସାଲେପୁର, ୧୯/୦୧/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): ପିଲାଟି ଦିନରୁ ସ୍ବପ୍ନଥିଲା ଶିଳ୍ପୀଟିଏ ହେବାପାଇଁ କ୍ଷ ଏହି ସ୍ବପ୍ନ ହିଁ\' ବାଟ କଢେଇ ନେଲା କିଶୋର ଜାମିନି ମୋହନ ଙ୍କୁ , ଚମକେଇଲା ଭଳି ଚିତ୍ର ତିଆରିକରି ବେଶ ସୁନାମ ଅର୍ଜ୍ଜନ କରିବା ମଣିଷ ମାନଙ୍କ ଭିତରୁ ସେ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଗଲେ । ଯାହା ହାତର ଛୁଆଁରେ ଜୀବନ୍ତ ହୋଇଯାଏ ଆଦରକାରୀ ଶଢେଇ , ସିଏ ଆଉ କେହି ନୁହଁନ୍ତି, କଟକ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କିଶୋରନଗର ଗ୍ରାମର ଜାମିନି ମୋହନ ସାହୁ । ନିଜର ଏକନିଷ୍ଠ ସାଧନା ଓ ଈଶ୍ଵରଦତ୍ତ ପ୍ରତିଭା ବଳରେ ଆଜି ସାରା ରାଜ୍ୟରେ ଜଣେ ପ୍ରତିଷ୍ଠିତ ଶଢେଇ ଶିଳ୍ପୀ ହୋଇପାରିଛନ୍ତି ।

ଜୀବନ ଜୀବିକା ହେଉ ଅଥବା ପେଟ ପାଟଣା । ଦୁଇ ପଇସା ରୋଜଗାର କରିବା ପାଇଁ ଆମ ରାଜ୍ୟର ଅଧିକାଂଶ ଶିକ୍ଷିତ ଯୁବକ -ଯୁବତୀ ଯେତେବେଳେ ବାହାର ରାଜ୍ୟକୁ ଚାଲିଯିବାର ଦେଖିବାକୁ ମିଳୁଛି, ଠିକ ସେତିକି ବେଳେ କିଶୋରନଗର ଏକ ଅଖ୍ୟାତ ପଲ୍ଲୀ ଅଂଚଳ କିଶନଗର ଗାଆଁର ଜାମିନି ମୋହନ ନିର୍ଜ୍ଜିବ ଶଢେଇ ଓ କାଠ ଦେହରେ ଜୀବନ ସଂଚାର କରାଇ ସେମାନଙ୍କୁ ଦେବତା ଭାବରେ ଗଢିତୋଳିବା କମ କଥା ନୁହେଁକି ?

ସୁନ୍ଦର ଓ ମନଲୋଭା କାରୁକାର‌୍ୟ୍ୟ ଗଢିବା ଦେଖିବାକୁ ମିଳୁଛି । କେବଳ ଶଢେଇ ରେ ବିଭିନ୍ନ ପ୍ରକାର ଦେବାଦେବୀ,ପଶୁ ପକ୍ଷୀ,ଚାବି ରିଙ୍ଗ, ସାର୍ଟ ବଟମ ଏବଂ ମହାପୁରୁଷଙ୍କ ସୁନ୍ଦର ମୂତ୍ତି ଗଢୁଥିବା ଶିଳ୍ପୀ ଜଣକ କଳା କୃତୀକୁ ନେଇ ବେଶ ପାରଙ୍ଗମ । ସ୍ଥାନୀୟ ଅଂଚଳରେ ବିକ୍ରୀ ବଟାର ସୁବିଧା ନଥିବାରୁ କମ ଲାଭରେ ଉତ୍ପାଦିତ ମୂର୍ତ୍ତି ଗୁଡିକୁ ବିକ୍ରୀକରିବାକୁ ପଡୁଛି । ଭଲ ମୂର୍ତ୍ତିକାର ଭାବରେ ଜାମିନି ଙ୍କୁ ସମସ୍ତେ ଜାଣନ୍ତି ।

ସୁନ୍ଦର ମୂର୍ତ୍ତି ତିଆରି କରି ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଜାମିନି ଙ୍କୁ ପୁରସ୍କୃତ କରାଯାଇଛି. ବିଦେଶରେ ତାଙ୍କ ଯାଦୁକରୀ ହାତର ସ୍ପର୍ଶରେ ଗଢା ମୂର୍ତ୍ତିର ସେମିତି ଆଦର । କିନ୍ତୁ ପରିଶ୍ରମ ତୁଳନାରେ ପାରିଶ୍ରମିକ ଅତ୍ୟନ୍ତ ସ୍ୱଳ୍ପ । ସରକାର ଏହି ଶିଳ୍ପୀ କୁ ବଞ୍ଚାଇ ରଖିବା ଓ ଗ୍ରାମାଞ୍ଚଳର ଏଭଳି ଯୁବ ଶିଳ୍ପୀ ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯିବା ଉଚିତ ବୋଲି ଦାବି ହେଉଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top