Sunday, 19 Jan, 9.11 pm ଓଡ଼ିଶା ସମାଚାର

ବିଶେଷ
ସିଏଏ , ଏନଆରସି , ଏନପିଆର କୁ ବିରୋଧ କରି କୃର୍ଷ୍ଣାନନ୍ଦପୁର ଠାରେ ବିଶାଳ ଜନ ସମାବେଶ

ତାରପୁର, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ କୃର୍ଷ୍ଣାନନ୍ଦପୁର ପଂଚାୟତରେ ନାଗରିକ ସଂଶୋଧନ ଆଇନ ସିଏଏ ଜାତୀୟ ନାଗରିକ ପଂଜିକା ଏନଆରସି ଏବଂ ଜାତୀୟ ଜନ ସଂଖ୍ୟା ପଂଜିକା ଏନପିଆର କୁ ପ୍ରତ୍ୟାହାର କରି ସମ୍ବିଧାନ ବଂଚାଅ, ଦେଶ ବଂଚାଅ ଅଭିଯାନରେ ସାମିଲ ହେବା ପାଇଁ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଗୋଲକ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଜଗତସିଂହପୁର ଜିଲା ବହୁଜନସମାଜବାଦୀ ପାର୍ଟି ଅଧ୍ୟକ୍ଷ ବିଭୁତି ମାଝି , କନିମୂଳ ସରପଂଚ ଦେବଦ୍ୟୁତି ପୃଷ୍ଟି , ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ବରିଷ୍ଠ ନାଗରିକ ଯଦୁମଣି ବେହେରା , ସମାଜସେବୀ ଅଭିରାମ ମଲିକ , ଦାଇଁଲୋ ସରପଂଚ ଧନଂଜୟ ସୂତାର , ସମାଜସେବୀ ମହମ୍ମଦ ଜଫରଉଲାଲ, ସମାଜସେବୀ ନିର୍ମଳଚନ୍ଦ୍ର ଜେନା,ମଧୁମିତା ସାମଲ, ଅଶୋକ ମହାନ୍ତି, ମାଧବ ଗୋଛାୟତ , ନିର୍ମଳ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସିଏଏ , ଏନଆରସି, ଏନପିଆର କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହିତ ସଂସଦ ରେ ବିଜେଡ଼ି ସରକାର ଏହାକୁ ସମର୍ଥନ କରୁଥିବାରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ । ଏହି ଆଇନଦ୍ୱାରା ସମ୍ବିଧାନରେ ୧୪ ଧାରାରେ ଥିବା ଦେଶର ସର୍ବଭୌମତ୍ୱକୁ କୁଠାରାଘାତ କରିବା ସହିତ ଜାତିର ପିତା ମହାତ୍ମାଗରନ୍ଧୀ ଓ ନେହେରୁଙ୍କ ପ୍ରତି ଶକ୍ତ ଅପମାନ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଆଇନିରେ ନାଗରିକତା ଦେବା ପାଇଁ ମୁସଲମାନ ସମ୍ପ୍ରଦାୟକୁ ବାଦ ଦିଆଯାଇଥିବାରୁ ଅତିଥି ମାନେ ଏହାକୁ ଦୃଢ଼ ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହି ଆଇନକୁ ଲାଗୁ କରିବା ପାଇଁ ସରକାର ରକ୍ତମୁଖା ହୋଇଛନ୍ତି । ଦେଶରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ହୁହୁ ହୋଇ ବଢ଼ୁଥିବା ବେଳେ ଏହି ଆଇନ ଲାଗୁ କରିବାକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହାକୁ କେନ୍ଦ୍ର ସରକାର କିପରି ଭରଣା କରିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହି ଆଇନ ଲାଗୁ କରୁଥିବା ସରକାରଙ୍କୁ ସେମାନେ ଗୋଡ଼ସେ ପନ୍ଥି ବୋଲି ଅଭିହିତ କରିଥିଲେ । ଏହାକୁ ବିରୋଧ କରିବା ପାଇଁ ଦେଶର ସବୁ ବର୍ଗର କବି, ସାହିତ୍ୟିକ , ବୈଜ୍ଞାନିକ, ଓ ସ୍କାଂସ୍କୃତିକ ଜଗତର କଳାକାରମାନେ ଆଗେଇ ଆସିବା ଉଚିତ ବୋଲି ସମାବେଶରେ ଆହ୍ୱାନ ଦିଆଯାଇଥିଲା । ଏହି ଷଡ଼ଯନ୍ତ୍ର ବିରୁଦ୍ଧରେ ସଂଗ୍ରାମକୁ ଶକ୍ତିଶାଳି କରି ଗଣତନ୍ତ୍ର ଓ ଧର୍ମ ନିରବେକ୍ଷତାର ଧ୍ୱଜାକୁ ଉର୍ଦ୍ଧ୍ୱରେ ତୋଳି ଧରିବା ପାଇଁ ଆସନ୍ତା ଜାନୁଆରୀ ୩୦ ତାରିଖରେ ରାଜଧାନୀର ରାଜ ରାସ୍ତାରେ ଆହୂତ ହେବରକୁ ଥିବା ସମ୍ବିଧାନ ପଂଚାଅ, ଦେଶ ବଂଚାଅ ସମାବେଶରେ ଜାତି, ଧର୍ମ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ସାମିଲ ହେବା ପାଇଁ ଆହ୍‌ପାନ ଦିଆଯାଇଥିଲା । ଏହି ସମାବେଶରେ ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିବାବେଳେ ମହମ୍ମଦ ଇସମାଇଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ୱାହିଦ ଅଲୀ, ଅଧୁସୁଚହନ , ହାଫିଜ ତନୱର ଅମିନ ଅଲୀ, କଫିଲୁର ହେହେମାନ , ଆଜାଦ ଅହମ୍ମଦ , ମୌଲାନା ସେଫିଅନ , ମୌଲାନା ଗୁଫରାନ , ଅଜଜ୍ଞର ଅଲୀ, ଆବୁକାଲାମ ପ୍ରମୁଖ ଏହି ସମାବେଶକୁ ଆୟୋଜନ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top