Friday, 03 Apr, 2.11 pm ଓଡ଼ିଶା ସମାଚାର

ବିଶେଷ
ତାରପୁର ବାଇପାସ୍ ଛକରେ ସମସ୍ତ ଯାନବାହନ ଯାତାୟତ ଉପରେ କଡାକଡି ଯାଂଚ

ରଘୁନାଥପୁର ୦୩/୦୪/୨୦୨୦(ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱରେ କରୋନା ମହାମାରି ଆତଙ୍କ ଖେଳାଇଥିବା ବେଳେ ଭାରତରେ ଏହାର ପ୍ରଭାବ କମ୍ ନୁହେଁ । ସେଥିପାଇଁ କେନ୍ଦ୍ର ସରକାର ୨୧ ଦିନ ସମଗ୍ର ଭାରତବର୍ଷକୁ ଲକ୍‌ଡାଉନ ଘୋଷଣା କରିଥିଲେ । ଏହି ଲକ୍‌ଡାଉନକୁ ୯୦ ଭାଗ ଲୋକେ ମାନୁଥିବା ବେଳେ ୧୦ ଭାଗ ଲୋକେ ଏହାକୁ ମାନୁ ନଥିବାରୁ ରାଜ୍ୟ ସରକାର ଲକ୍‌ଡାଉନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁଯାୟୀ ରଘୁନାଥପୁର ଥାନା ପୋଲିସ୍ ପକ୍ଷରୁ ଲଗାତାର ଭାବେ କଟକ-ପାରାଦ୍ୱୀପ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ସମସ୍ତ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଉଛି ।

କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ୍ ଛକରେ ରଘୁନାଥପୁର ଥାନା ଆଇଆଇସି ନିରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏଠାରେ ରାସ୍ତା ବ୍ଲକିଂ କରାଯାଇ ସମସ୍ତ ଯାନବାହନ ଯାତାୟତ ଉପରେ କଡାକଡି ଯାଂଚ କରାଯାଉଅଛି । ରୋଗୀଙ୍କର ଚିକିତ୍ସା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନଥାଇ ଯାତୟତ କରୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଯେଉଁମାନେ ଜୋରିମାନା ଦେବାରେ କୁଣ୍ଠିତ ହେଉଛନ୍ତି ସେମାନଙ୍କ ଗାଡିକୁ ଜବତ କରି ଥାନାରେ ମାମଲା ରୁଜୁ କରାଯାଇଛି । ଏଥିରେ ପୋଲିସ୍ ଏସଆଇ ତରୁଣ କୁମାର ଦଣ୍ଡପାଟ, ପୋଲିସ୍ ଏସଆଇ ଚିନ୍ମୟ କୁମାର ପାଣି, ପୋଲିସ୍ ଏଏସଆଇ ନିମାଇଁ ଚରଣ ରାଉତରାୟ ଏବଂ ବହୁ ପୋଲିସ କର୍ମଚାରୀ ଉପସ୍ତିତ ରହି ରା୍‌ସ୍ତାରେ ଯାତାୟତ କରୁଥିବା ଯାନବାହନକୁ ଯାଂଚ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top