Wednesday, 16 Oct, 9.11 pm ଓଡ଼ିଶା ସମାଚାର

ବିଶେଷ
ତାରପୁର ପଂଚାୟତରେ ୩୫ ହିତାଧିକାରୀଙ୍କୁ ନୂତନ ଭତା ପ୍ରଦାନ

ରଘୁନାଥପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତରେ ୩୫ ଜଣ ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଛି । ସରପଂଚ ସରୋଜ କୁମାର ଦାଶ ପଂଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ୨ ମାସର ବକେୟା ସହ ମୋଟ ୧୫ ଶହ ଲେଖା ପ୍ରଦାନ କରିଥିବାବେଳେ ପିଇଓ ଅଭିଜିତ ଦାସ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ଭତା ଅପେକ୍ଷାରେ ଥିବା ହିତାଧିକାରୀମାନେ ଭତା ପାଇଁ ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଭତା ପ୍ରଦାନ କରାଯିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top