Thursday, 12 Dec, 9.10 pm ଓଡ଼ିଶା ସମାଚାର

ତାଜା ଖବର
ତିନି ମୋବାଇଲ ଚୋର ଗିରଫ, ୩୦ ରୁ ଅଧିକ ମୋବାଇଲ ଜବତ

ପାଟକୁରା,୧୨/୧୨/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ କୋରୁଆ ବଜାରରୁ ହୋଇଥିବା ଚୋରୀ ଘଟଣାରେ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମିର୍ଜା ତାଲହା ବେଗ (୧୮) ନାହାଳପୁର,ଆକାଶ ବେହେରା (୧୯) ନରେନ୍ଦ୍ରପୁର ଓ ଦୀପ୍ତିରଂଜନ ଗୋଛାୟତ (୧୯) ବେଣୀରାମପୁର । ଏମାନେ ସମସ୍ତେ କଟକ ଜିଲା ଅନ୍ତର୍ଗତ ନେମାଳ ଥାନା ଅଂଚଳର । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ଗତ ୮ ତାରିଖରେ କୋରୁଆ ବଜାରସ୍ଥିତ ବାବା ଅନ୍ଧବଟ ମୋବାଇଲ ପ୍ଲାଜାରେ ଚୋରୀ ହୋଇଥିଲା । ଦୁର୍ବୃତମାନେ ମୋବାଇଲ ଦୋକାନର କାନ୍ଥ କାଟି ସିନ୍ଧିଗାତ କରି ମୋବାଇଲ ଦୋକାନରେ ପସି ଲୁଟ କରିଥିଲେ । ଦୋକାନରୁ ଲକ୍ଷାଧିକ ଟଙ୍କାର ନୂଆ ମୋବାଇଲ ଫୋନ ସେଟ ଓ ମୋବାଇଲ ଫୋନ ଉପକରଣ ଚୋରୀ କରିନେଇଥିଲେ । ଏ ସମ୍ପର୍କରେ ଦୋକାନ ମାଲିକ ବିନୋଦ ବାରିକ ପାଟକୁରା ଥାନାରେ ଅଭିଯୋଗ କରିବା ପରେ କେଶ ନଂ- ୩୭୬ /୧୯ ରେ ଏକ ମାମଲା ରୁଜୁ ହୋଇଥିଲା । ସେହିପରି ଗତ କିଛି ଦିନ ତଳେ ମାହାଳସ୍ଥିତ ମଦ ଦୋକାନ ରେ ଚୋରୀ କରି ମଦ ସହିତ ଅନ୍ୟ ସାଗ୍ରୀ ଲୁଟ କରିନେଇଥିଲେ ।

ଏହି ଚୋର ରାକେଟକୁ ପୋଲିସ ଅନୁସନ୍ଧାନ କରି ବାହାର କରିବା ପରେ ଏମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ୩୦ ରୁ ଅଧିକ ନୂଆ ମୋବାଇଲ ଫୋନ୍ ଓ ମୋବାଇଲ ଉପକରଣ ଜବତ କରାଯାଇଛି । ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତକୁ ନାବାଳକ ଦର୍ଶାଇ ତଦନ୍ତଭୁକ୍ତ ନକରି ଛାଡ଼ିଦେଇଥିବା ସାଧାରଣରେ ଆଲୋଚନା ହେଉଛି । ସମ୍ପୃକ୍ତ ଚୋର ରାକେଟ ଅଂଚଳର ବିଲହାଟ, ନରେନ୍ଦ୍ରପୁର ଓ କୋରୁଆ ଆଦି ବଜାର ରେ ବହୁ ଚୋରୀ ସଂହିତ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି । ଅଧିକ ତଦନ୍ତ କଲେ ତାହାର ପର୍ଦାଫାସ ହୋଇପାରନ୍ତା ବୋଲି ବିଦ୍ଧିଜିବି ମହଲରୁ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top