Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ୟୋଜିତ ହେବ ନିବେଶ ରୋଡ୍ ଶୋ ଭୁବନେଶ୍ୱର,୦୮/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ତିନି ଦିନିଆ ସରକାରୀ ଗସ୍ତ କରିଛନ୍ତି ।ଏହାଦ୍ୱାରା ସେ ବିଶ୍ୱସ୍ତରୀୟ ନିବେଶକୁଆକର୍ଷିତ କରିପାରିବେ ଏବଂ ରାଜ୍ୟ ଏବଂ ଉପସାଗରୀୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିପାରିବେ ବୋଲି ଆଶା ପ୍ରକଟ କରାଯାଇଛ ।

ସେପ୍ଟେମ୍ବର ୯ ରୁ ୧୨ ପର୍ଯ୍ୟନ୍ତ ଶ୍ରୀ ମାଝୀଙ୍କ ଏହି ଗସ୍ତ କାଳରେ ଦ୍ୱିତୀୟ ଅନ୍ତର୍ଜାତୀୟ ନିବେଶ ରୋଡ୍ ଶୋ ହେବ ।

ଏହା ଆବୁଧାବି ଏବଂ ଦୁବାଇକୁ ସଂପ୍ରସାରିତ ହେବ । ମୁଖ୍ୟମନ୍ତ୍ରୀ ୟୁଏଇ ସରକାରୀ ଅଧିକାରୀ, ସାର୍ବଭୌମ ନିବେଶ ପାଣ୍ଠି, ପ୍ରତିଷ୍ଠାନ ନିବେଶକ ଏବଂ ବ୍ୟବସାୟିକ ନେତାଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଆବୁଧାବିରେ, ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବବୃହତ ନିବେଶ ସଂସ୍ଥା ମଧ୍ୟରୁ ଗୋଟିଏ ସହିତ ଏକ ଗୋଲ ଟେବୁଲରେ ଅଂଶଗ୍ରହଣ କରିବେ ।

ୟୁଏଇ ନିବେଶ ମନ୍ତ୍ରୀ ମହମ୍ମଦ ହାସନ ଅଲସୁୱାଇଦି ଏବଂ ସାର୍ବଭୌମ ନିବେଶ ପାଣ୍ଠିର ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭେଟିବେ । ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ଶିଳ୍ପ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅଛନ୍ତି । ୟୁଏଇଠାରେ ସେଠାକାର ଅଧିକାରୀ ଓ ପ୍ରତିନିଧି ଦଳ ସମେତ ଭାରତୀୟ ଦୂତାବାସର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ଟିମ୍ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar