Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୩୨ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

୧୩୨ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ଜେନେଭା: ୧୩୨ ଦେଶକୁ ବ୍ୟାପିଲାଣି କୋଭିଡ୍‌ ପ୍ରମୁଖ ପ୍ରଜାତି ଡେଲ୍‌ଟା। ଗତ ସପ୍ତାହରେ ସମଗ୍ର ବିଶ୍ବରେ କୋଭିଡ୍‌ ମାମଲା ରିପୋର୍ଟ ୩.୮ ନିୟୁତରୁ ଅଧିକ ଥିଲା। ଯାହା ପୂର୍ବ ସପ୍ତାହ ତୁଳନାରେ ୮% ବୃଦ୍ଧି ହୋଇଛି ବୋଲି ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ରିପୋର୍ଟ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସର୍ବଶେଷ ତଥ୍ୟ ଆମେରିକାରେ ଏବଂ ୱେଷ୍ଟର୍ଣ୍ଣ ପାସିଫିକ୍‌ରେ ଏକ ଯଥାକ୍ରମେ ୩୦ ପ୍ରତିଶତ ଏବଂ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଏହି ସପ୍ତାହରେ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ୬୯,୦୦୦ ରୁ ଅଧିକ ମୃତ୍ୟୁ ସହିତ ତୀବ୍ର ଭାବେ ବୃଦ୍ଧି ପାଇଛି। ଯାହା ପୂର୍ବ ସପ୍ତାହ ତୁଳନାରେ ୨୧% ବୃଦ୍ଧି ପାଇଛି। ବିଶ୍ବବ୍ୟାପୀ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ଯଥାକ୍ରମେ ପ୍ରାୟ ୧୯୪ ନିୟୁତ ବା ୪ ମିଲିୟନରୁ ଅଧିକ ଅଟେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia