ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମସି) ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି । ଉନ୍ନତ କାର୍ଯ୍ୟପ୍ରଣାଳୀ, ଉତ୍ତମ ସମନ୍ୱୟ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ କାର୍ଯ୍ୟସମ୍ପାଦନ ଦ୍ୱାରା ଖଣିଗୁଡ଼ିକ ନିଜର ଉତ୍ପାଦନର ଲକ୍ଷ୍ୟ ହାସଲ କରିପାରିଛନ୍ତି ।
ରିପୋର୍ଟ ମୁତାବକ, ମୋଟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ,ସର୍ବାଧିକ ଉତ୍ପାଦନର ରେକର୍ଡ ସୃଷ୍ଟି ହୋଇଛି ।

