Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୨୭ରୁ ମହାକାଶରେ ଛୁଟି କଟାଇପାରିବେ ପର୍ଯ୍ୟଟକ!

୨୦୨୭ରୁ ମହାକାଶରେ ଛୁଟି କଟାଇପାରିବେ ପର୍ଯ୍ୟଟକ!

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ୨୦୨୭ରୁ ପର୍ଯ୍ୟଟକମାନେ ମହାକାଶରେ ଛୁଟିଦିନ କଟାଇପାରିବେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର୍‌ ଚାଲିଛି। ପର୍ଯ୍ୟଟକମାନେ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସ୍ୱପ୍ନ ଆଗାମୀ ବର୍ଷମାନଙ୍କରେ ପୂରଣ ହେବାକୁ ଯାଉଛି।

ଏହାପୂର୍ବରୁ ରିଚାର୍ଡ ବ୍ରାନସନ୍‌ଙ୍କ ଭର୍ଜିନ୍ ଗାଲାକ୍ଟିକ୍ ସ୍ପେସକ୍ରାଫ୍ଟ ମଧ୍ୟ ପର୍ଯ୍ୟଟକମାନେ ମହାକାଶରେ ଭ୍ରମଣ କରିପାରିବେ ବୋଲି ଘୋଷଣା କରିଛି। ଆଶା କରାଯାଏ ଯେ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ମହାକାଶଯାନରେ ୯୦ ମିନିଟ୍ ପାଇଁ ଏକ ମହାକାଶ ଯାତ୍ରା କରିବେ। ଏହାସହିତ ୨୦୨୭ରୁ, ପର୍ଯଟକମାନେ ମହାକାଶରେ ହୋଟେଲରେ ରହି ଛୁଟିଦିନ କଟାଇପାରିବେ ବୋଲି କୁହାଯାଉଛି।

ବିଶ୍ୱାସ କରାଯାଏ ଯେ ଭଏଜର୍ ଷ୍ଟେସନର (Voyager Station)ର ନିର୍ମାଣ ୨୦୨୬ ରେ ଆରମ୍ଭ ହେବ।

ଯାହା ୨୦୨୭ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ସେବେଠାରୁ ପର୍ଯ୍ୟଟକମାନେ ମହାକାଶକୁ ଯାତ୍ରା କରିବା ସହିତ ବନ୍ଧୁମାନଙ୍କ ଗହଣରେ ଛୁଟିଦିନ କଟାଇପାରିବେ।

ଏଠାରେ ରହିବା ପାଇଁ ଭଡା ସାମାନ୍ୟ ଅଧିକ ରହିବ। ତିନି ଦିନ ପାଇଁ ପର୍ଯ୍ୟଟକଙ୍କୁ ୫ ମିଲିୟନ୍ ଡଲାର୍ କିମ୍ବା ପ୍ରାୟ ୩୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ।

ମହାକାଶରେ ଥିବା ଏହି ହୋଟେଲକୁ ଅର୍ବିଟାଲ୍ ଆସେମ୍ବଲି କର୍ପୋରେସନ୍ (OAC) କମ୍ପାନୀ ନିର୍ମାଣ କରିବ। ଏହି ପରିପ୍ରେକ୍ଷୀରେ କମ୍ପାନୀ କହିଛି ଯେ ସ୍ପେସ୍‌ ହୋଟେଲରେ ବାର୍, ରେସ୍ତୋରାଁ ଏବଂ ଜିମ୍ ପାଇଁ ସୁବିଧା ରହିବ।

ଏହି ହୋଟେଲରେ ଏକାସାଙ୍ଗରେ ୨୮୦ ଜଣ ରହିପାରିବେ। ଏଥିପାଇଁ କୃତ୍ରିମ ମାଧ୍ୟାକର୍ଷଣ ପ୍ରସ୍ତୁତ ହେବ, ଯାହାଫଳରେ ପର୍ଯ୍ୟଟକ ସ୍ପେସ୍ ହୋଟେଲରେ ନିଜ ପାଦରେ ଠିଆ ହୋଇ ଚନ୍ଦ୍ର ଏବଂ ତାରା ଦେଖିପାରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia