ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ୨୦୨୭ରୁ ପର୍ଯ୍ୟଟକମାନେ ମହାକାଶରେ ଛୁଟିଦିନ କଟାଇପାରିବେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର୍ ଚାଲିଛି। ପର୍ଯ୍ୟଟକମାନେ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସ୍ୱପ୍ନ ଆଗାମୀ ବର୍ଷମାନଙ୍କରେ ପୂରଣ ହେବାକୁ ଯାଉଛି। ଏହାପୂର୍ବରୁ ରିଚାର୍ଡ ବ୍ରାନସନ୍ଙ୍କ ଭର୍ଜିନ୍ ଗାଲାକ୍ଟିକ୍ ସ୍ପେସକ୍ରାଫ୍ଟ ମଧ୍ୟ ପର୍ଯ୍ୟଟକମାନେ ମହାକାଶରେ ଭ୍ରମଣ କରିପାରିବେ ବୋଲି ଘୋଷଣା କରିଛି। ଆଶା କରାଯାଏ ଯେ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ମହାକାଶଯାନରେ ୯୦ ମିନିଟ୍ ପାଇଁ ଏକ ମହାକାଶ ଯାତ୍ରା କରିବେ। ଏହାସହିତ ୨୦୨୭ରୁ, ପର୍ଯଟକମାନେ ମହାକାଶରେ ହୋଟେଲରେ ରହି ଛୁଟିଦିନ କଟାଇପାରିବେ ବୋଲି କୁହାଯାଉଛି। ବିଶ୍ୱାସ କରାଯାଏ ଯେ ଭଏଜର୍ ଷ୍ଟେସନର (Voyager Station)ର ନିର୍ମାଣ ୨୦୨୬ ରେ ଆରମ୍ଭ ହେବ।