ଭୁବନେଶ୍ବର:ଶନିବାର ଓଡ଼ିଶାର ୨୨ଟି ଜିଲ୍ଲାର ୨ ହଜାର ଗ୍ରାମ ପଞ୍ଚାୟତରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ଦାବି ପୂରଣ ନହୁଏ, ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ରାଜ୍ୟର ୧୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ସାଢେ ୮ ଲକ୍ଷ କାର୍ଡ ଧାରୀ, ୧୮ ହଜାର ସିଜନାଲ କର୍ମଚାରୀ ଓ ୨୦ ହଜାର ବନ୍ଧେଇ ଶ୍ରମିକ କେନ୍ଦୁପତ୍ରକୁ ନିଜର ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତି ଦ୍ୱରା ସେମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।
କେନ୍ଦୁପତ୍ର କେଜି ପିଛା ଦର ୨ଟଙ୍କାକୁ ବୃଦ୍ଧି, କର୍ମଚାରୀଙ୍କୁ ବୋନସ ପ୍ରଦାନ, ସର୍ବନିମ୍ନ ମଜୁରୀ ବୃଦ୍ଧି ହାର ଅନୁସାରେ ସିଜନାଲ କର୍ମଚାରୀ ଦରମା ବୃଦ୍ଧି, ବିବାହ ସହାୟତା ରାଶି ପୁଣି ପ୍ରଦାନ, ମୃତ୍ୟୁ ଜନିତ ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିବା ଓଡ଼ିଶା କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

