ନୂଆଦିଲ୍ଲୀ: ସୂଚନା ମୁତାବକ ଜେଏନୟୁଏସ୍ୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହେଁୟା କୁମାର ୨୮ ସେପ୍ଟେମ୍ବରରେ କଂଗ୍ରେସ ଦଳରେ ଯୋଗଦେବାକୁ ଯାଉଛନ୍ତି। ତାଙ୍କୁ ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେବାନୀଙ୍କୁ କଂଗ୍ରେସ ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରାଯିବ। ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରିଥିବା କଂଗ୍ରେସ ଏବେ ନିଜକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି।