Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ମହାରାଷ୍ଟ୍ରରେ ବଲିଉଡ୍‌ ଏବଂ ଟେଲିଭିଜନ ସୁଟିଂ ବନ୍ଦ

ଆଜିଠୁ ମହାରାଷ୍ଟ୍ରରେ ବଲିଉଡ୍‌ ଏବଂ ଟେଲିଭିଜନ ସୁଟିଂ ବନ୍ଦ

ମୁମ୍ବାଇ: ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶାବଳୀରେ ଅନୁସାରେ ବଲିଉଡ ଫିଲ୍ମମ ଏବଂ ଟେଲିଭିଜନ ସୁଟିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ବୁଧବାର ଅର୍ଥାତ୍‌ ଆଜି ସନ୍ଧ୍ୟା ଠାରୁ ମହାରାଷ୍ଟ୍ରରେ ବଲିଉଡ ଏବଂ ଟେଲିଭିଜନ ସୁଟିଂ ବନ୍ଦ ହୋଇଯିବ ବୋଲି ମହାରାଷ୍ଟ୍ର ସରକାର ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ମହାରାଷ୍ଟ୍ର ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଏପ୍ରିଲରେ ୧୪, ରାତି ୮ ଟାରୁ ମେ ୧, ୭ ଟା ପର୍ଯ୍ୟନ୍ତ ରାଜ୍ୟରେ ନୂତନ ନିୟମ ଲାଗୁ କରାଯିବ।

ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ବିଜ୍ଞାପନର ସମସ୍ତ ସୁଟ୍ ଉପରୋକ୍ତ ସମୟ ପାଇଁ ବନ୍ଦ ରଖାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia