Friday, 05 Mar, 1.34 pm ଓଡିଶା ସମ୍ବାଦ

ହୋମ
ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ କାନ୍ଦୁ ହଠାତ୍ ହୋଇଗଲେ ଚେତାଶୂନ୍ୟ । ଆଉ ନିମିଷକେ ଚାଲିଗଲା ଜୀବନ । ବିବାହ ପରେ ଝିଅ ବିଦାୟ ବେଳେ ଏମିତି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକାରେ ।

ସୁବର୍ଣ୍ଣପୁର ବିନିକା ଥାନା ଅନ୍ତର୍ଗତ ଜୁଲୁନ୍ଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ବାହାଘର ସରିଥିବା ବେଳେ ଆଜି ଝିଅ, ଜ୍ୱାଇଁକୁ ବିଦାୟ ଦେଉଥିଲେ ପରିବାର । ସମସ୍ତେ ବରକନ୍ୟାଙ୍କ ଶୁଭ ମନାସୁଥିଲେ । ପରିବାରକୁ ଛାଡ଼ି ଚାଲି ଯାଉଥିବା ଦୁଃଖରେ କାନ୍ଦୁଥିଲେ କନ୍ୟା । କାନ୍ଦି କାନ୍ଦି ହଠାତ୍ ତଳେ ପଡ଼ି ଯାଇଥିଲେ । କନ୍ୟା ଜଣଙ୍କୁ ସାଙ୍ଗେ ସାଙ୍ଗେ ଡୁଙ୍ଗୁରୁପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମୃତକ ରୋଜି ସାହୁ ବୋଲି ଜଣାପଡ଼ିଛି । ଡାକ୍ତରଙ୍କ ଅନୁସାରେ ଅତ୍ୟଧିକ କାନ୍ଦିବା ଯୋଗୁଁ ରୋଜିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଏହାକୁ ନେଇ ପୂରା ଜୁଲୁାଣ୍ଡା ଗାଁ ଶୋକାକୂଳ ହୋଇଯାଇଛି । ହସଖୁସିର ପରିବେଶରେ ଘୋଟି ଯାଇଛି ଲୁହର ଛାୟା । ରୋଜିଙ୍କ ବିବାହ ଗୁରୁବାର ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ଜଣେ ଯୁବକଙ୍କ ସହ ହୋଇଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top