Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ରାୟଗଡ଼ା: ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେକେ ହୃଦଘାତର ସାମ୍ନା କରିଥିଲେ। ସେ ତଳେ ପଡ଼ିଯାଇଥିଲେ।

ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଖବର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ପୂର୍ବରୁ ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ ନିର୍ବାଚନ ସରିଲା ପରେ କୋଣ୍ଡାବାବୁ ବିଜେପିରେ ଯୋଗଦେଇଥିଲେ ଏବଂ ବିଜେପି ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ବ ଦେଉଥିଲା। ସେ ନିକଟରେ ଟ୍ରକ ମାଲିକ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia