ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଂଟାରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଗୋଟିଏ ଦିନରେ ୩୦୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୦୬ରେ ପହଂଚିଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

