ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯିବା ସହ ଆଖପାଖର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି ।
ପୋଲିସ ସୂଚନା ଅନୁଯାୟୀ, ବାନୁ ଜିଲ୍ଲାର ଡୋମେଲ ତହସିଲରେ ଥିବା ପୋଲିସ ଷ୍ଟେସନରେ ଜଣେ ଆତ୍ମଘାତୀ ବିସ୍ଫୋରକ କାର୍ ଧକ୍କା ଦେଇଥିଲା, ଯାହାଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ସେହି ଅଞ୍ଚଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ଯାହା ଉତ୍ତେଜନାକୁ ଦ୍ୱିଗୁଣିତ କରିଦେଇଥିଲା ।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ୫ଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୁଲିସ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଗୁରୁତର ଆହତ ହୋଇଥିବା ୪ ଜଣ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।