Friday, 03 Jul, 2.43 pm ଓଡିଶା ସମ୍ବାଦ

ଦେଶ -ବିଦେଶ
ବିବାହରେ ଯୋଗ ଦେଇ ୧୧୩ କରୋନା ପଜିଟିଭ; ବର ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ

ପାଟନା: କୋଭିଡ-୧୯ ଲକଡାଉନ୍ ନିୟମ ଉଲ୍ଲଂଘନ କରିବା ଯୋଗୁଁ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବର ଅନିଲ କୁମାରଙ୍କ ପିତା ଅମ୍ବିକ ଚୌଧୁରୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରାଯାଇଛି ।

ପାଟଣାର ଦେହପାଲି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିବାହ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିବା ୧୦୦ରୁ ଅଧିକ ଅତିଥି କରୋନାଭାଇରସରେ ସଂକ୍ରମିତ ହୋଇଥିଲେ। ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଯେ ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହୋଇଥିଲା।

ଅତିଥିମାନେ ମାସ୍କ ନ ପିନ୍ଧିବା ଏବଂ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ ନକରିବା ଭଳି ବହୁ କୋଭିଡ ପ୍ରୋଟୋକଲଗୁଡିକର ଉଲ୍ଲଂଘନ କରିଥିଲେ । ଯାହାଫଳରେ ପ୍ରାୟ ୧୧୩ ଅତିଥି କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୧୫ରେ ପାଟଣାର ଦେହପାଲି ଗ୍ରାମରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର କିଛି ଦିନ ପରେ ବର ଅନିଲ କୁମାରଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା । ହେଲେ ବାଟରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ ପାଟନା ପ୍ରଶାସନ ଏସମ୍ପର୍କରେ ଜାଣିବା ପୂର୍ବରୁ ପରିବାର ବର୍ଗ ଅନିଲଙ୍କ ଶେଷକୃତ୍ୟ ସମ୍ପନ୍ନ କରିଦେଇଥିଲେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top