ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଜଳ ସମ୍ପଦ ବିଭାଗର ପ୍ରଶ୍ନୋତ୍ତର ବେଳେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ CWC ମଞ୍ଜୁରୀ ଦେଉ ନଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଅମାତ । ପ୍ରଦୀପ ଅମାତ କହିଛନ୍ତି, ହୀରାକୁଦ ତଳମୁଣ୍ଡରେ ଥିବା ମହାନଦୀକୁ ନେଇ ବିବାଦ ନାହିଁ । ତଥାପି ବୌଦ୍ଧ ଜିଲ୍ଲାର ୨ଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି । ସତୀଘାଟ ଓ ଲକ୍ଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ (CWC) । ପ୍ରଦୀପ ଅମାତଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଛନ୍ତି, ମହାନଦୀ ଟ୍ରିବୁନାଲର ଆଦେଶ ଆସିବା ଯାଏ CWC ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି ।