Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିରାଟ କୋହଲିଙ୍କ ବାମ ହାତରେ ନୂଆ ଟ୍ୟାଟୁ, ଭାଇରାଲ ହେଉଛି ଫଟୋ

ବିରାଟ କୋହଲିଙ୍କ ବାମ ହାତରେ ନୂଆ ଟ୍ୟାଟୁ, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନିଜ ଶରୀରରେ ଏକ ନୂଆ ଟ୍ୟାଟୁ ତିଆରି କରିଛନ୍ତି। ଏହାକୁ ମିଶାଇ କୋହଲିଙ୍କ ଶରୀରରେ ମୋଟ ୧୨ଟି ଟ୍ୟାଟୁ ହୋଇଯିବ । ଏହି ନୂଆ ଟ୍ୟାଟୁର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପାଣିର ଲହରୀ ଭଳି ନୂଆ ଡିଜାଇନ କୋହଲିଙ୍କ ବାମ ହାତର ବାଇସେପ୍‌ରେ ଏହି ଟ୍ୟାଟୁ ଆଙ୍କିଛନ୍ତି ମୁମ୍ବାଇର ପ୍ରସିଦ୍ଧ ଟ୍ୟାଟୁ ଆର୍ଟିଷ୍ଟ ଏଲନ୍ ଗୋଇସ ।

ପାଣି ପୃଷ୍ଠରେ ଟୋପାଏ ବୁନ୍ଦା ପଡ଼ିବା ପରେ ସୃଷ୍ଟି ହେଉଥିବା ଲହରୀ (ରିପଲ୍‌) ଭଳି ଏହାର ଡିଜାଇନ୍ ହୋଇଛି । ଆର୍ଟିଷ୍ଟଙ୍କ ସୂଚନା ଅନୁଯାୟୀ, ଏହି ଟ୍ୟାଟୁ ପାଇଁ ଏପର‌୍ୟ୍ୟନ୍ତ ୫ଟି ସେସନ୍ ସରିଛି, କିନ୍ତୁ କାମ ଏବେ ବି ଅଧା ରହିଛି ।କୋହଲି ପୁରୁଣା ଟ୍ୟାଟୁଗୁଡ଼ିକୁ ନ ଲିଭାଇ କିମ୍ବା ନ ଢାଙ୍କି, ସେଗୁଡ଼ିକୁ ଏକାଠି ଯୋଡ଼ି ଏକ ୟୁନିଫାଇଡ୍ ସ୍ଲିଭ୍‌ରେ ପରିଣତ କରୁଛନ୍ତି ।

ଏହି ପ୍ରୋଜେକ୍ଟ ଆଇପିଏଲ୍ ୨୦୨୬ ପୂର୍ବରୁ ଆରମ୍ଭ ହୋଇଥିଲା । ଏହି ବଦଳରେ ତାଙ୍କର ଶିବ-ପ୍ରେରିତ ଆର୍ମବ୍ୟାଣ୍ଡ, ଡଟୱର୍କ ମଣ୍ଡଳା ଏବଂ ପଦ୍ମ (ଲୋଟସ୍) ଓ ପିଓନି ଫୁଲର ଡିଜାଇନ୍ ସାମିଲ ରହିଛି । କୋହଲିଙ୍କ ଅନ୍ୟାନ୍ୟ ୧୧ଟି ଟ୍ୟାଟୁଏହି ନୂଆ ଡିଜାଇନ୍ ସମ୍ପୂର୍ଣ୍ଣ ହେବା ପରେ ତାଙ୍କର ମୋଟ ୧୨ଟି ଟ୍ୟାଟୁ ହେବ । କୋହଲି ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ବର୍ଷ ପୂରଣ କରିଛନ୍ତି । ସେ ୧୮ ଅଗଷ୍ଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିଲେ । ନିଜ କ୍ୟାରିୟରରେ ସେ ୨୮,୦୦୦ରୁ ଅଧିକ ରନ୍ ଓ ୮୫ଟି ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି । ତାଙ୍କ ନାମରେ ୧୦ଟି ଆଇସିସି ଆୱାର୍ଡ ଜିତିବାର ବିଶ୍ୱ ରେକର୍ଡ ମଧ୍ୟ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia