କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଗାଦାମ ଅଞ୍ଚଳର ଜଙ୍ଗମପାଲ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।ଏହା ପରେ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ନେତୃତ୍ୱରେ ଡିଆରଜି ବାହିନୀର ଯବାନ ମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ ।