Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଛତିଶଗଡ଼ ପୋଲିସକୁ ସଫଳତା

ଛତିଶଗଡ଼ ପୋଲିସକୁ ସଫଳତା

କିଛି ଦିନର ନିରବତା ପରେ ପୁଣି ଛତିଶଗଡ଼ ପୋଲିସକୁ ମିଳିଲା ସଫଳତା । ଦାନ୍ତେୱାଡା ଜିଲ୍ଲା ଅନ୍ତର୍ଗତ ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ କାଟ କଲ୍ୟାଣ ଏରିଆ କମିଟିର ମାଓବାଦୀଙ୍କ ସହ ପୋଲିସର ମୁହାଁ ମୁହିଁ । ଜଣେ ମାଓବାଦୀ ମୃତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଗାଦାମ ଅଞ୍ଚଳର ଜଙ୍ଗମପାଲ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭଙ୍କ ନେତୃତ୍ୱରେ ଡିଆରଜି ବାହିନୀର ଯବାନ ମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ ।

ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଭୟ ପକ୍ଷର ଗୁଳି ବିନିମୟ ହେବା ପରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଥିଲେ। ମୃତ ନକ୍ସଲ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗାଦାମ ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗ କୁ ସୁଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରୁ ଦୁଇଟି ଲ୍ୟାଣ୍ଡମାଇନ୍ ଓ ଗୋଟିଏ ପିସ୍ତଲ ସହ କିଛି ଅଫୁଟା ଗୁଳି ଜବତ ହୋଇଥିବା ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲବ ଜଣାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia